Acts 16:14 — Compare Translations
7 translations compared side by side
Odia - 1840
"ସଠାେରେ ଲୂଦିଆ ନାମକ ଜଣେ ସ୍ତ୍ରୀ ଲୋକ ଥିଲା। ସେ ଥୁଯାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ଯବସାଯୀ ଥିଲା। ସେ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖାଲିେ ଦଇେଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଥୁୟାଥୀରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ଵର-ଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ । ସେ ଯେପରି ପାଉଲଙ୍କର କଥିତ ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ମଧ୍ୟରୁ ଥୁୟଟୀରା ସହରର ବାଇଗଣିଆ ବସ୍ତ୍ର ବିକ୍ରି କରୁଥିବା ଲୁଦିଆ ନାମରେ ଜଣେ ମହିଳା ଥିଲେ। ସେ ଈଶ୍ୱରଙ୍କର ଉପାସନା କରୁଥିଲେ ଓ ପାଉଲ ଯାହା କହୁଥିଲେ, ତାହା ମନୋଯୋଗ ସହକାରେ ଶୁଣି ଗ୍ରହଣ କରିବା ପାଇଁ ପ୍ରଭୁ ତାଙ୍କୁ ସୁଯୋଗ ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀଲୋକ ଥିଲା। ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା। ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ବରଭକ୍ତିନୀ ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ୱରଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ । ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି,ଏଥି ନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ಥುವತೈರ್ ಮನ್ತಲ್ಯಾ ಶಾರಾತ್ಲಿ ಲಿಡಿಯಾ ಮನ್ತಲಿ ಎಕ್ ಬಾಯ್ಕೊ ಮಾನುಸ್ ಹೊತ್ತಿ, ಝಾಂಬ್ಳ್ಯಾ ಬನ್ನಾಚೆ ಕಪ್ಡೆ ಇಕ್ತಲೆ ತಿಜೆ ಕಾಮ್ ಹೊಲ್ಲೆ, ತಿ ಖರ್ಯ್ಯಾ ದೆವಾಕ್ ಆರಾಧನ್ ಕರ್ತಲಿ ಹೊಲ್ಲಿ, ತಿ ಪಾವ್ಲುಚಿ ಬೊಲ್ನಿಯಾ ಆಯ್ಕುನ್ಗೆತ್ ಹೊತ್ತಿ, ತನ್ನಾ ಧನಿಯಾನ್ ತಿಜೊ ಮನ್ ಉಗಡ್ಲ್ಯಾನ್, ಅನಿ ತಿನೆ ಪಾವ್ಲು ಸಾಂಗ್ತಲ್ಯಾ ಬೊಲ್ನಿಯಾಕ್ನಿ ವಿಶ್ವಾಸ್ ಕರ್ಲಿನ್.