Acts 16:15 — Compare Translations

7 translations compared side by side

Odia - 1840
"ସେ ଓ ତା'ର ଘ ରେ ରହୁଥିବା ସମସ୍ତେ ବାପ୍ତିଜିତ ହବୋପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡ଼ାକି କହିଲା, ତୁମ୍ଭମାନେେ ଯଦି ମାେତେ ପ୍ରଭୁଙ୍କଠା ରେ ଜଣେ ପ୍ରକୃତ ବିଶ୍ବାସୀ ବୋଲି ଭାବୁଛ, ତବେେ ମାେ ଘ ରେ ଆସି ରୁହ। ଏହିପରି ସେ ଆମ୍ଭମାନଙ୍କୁ ତା'ର ଘରକୁ ୟିବାପାଇଁ ରାଜି କରାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଓ ତାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣ-ମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ଵସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋର ଗୃହକୁ ଆସି ବାସ କରନ୍ତୁ; ଆଉ, ସେ ଆମ୍ଭମାନଙ୍କୁ ବଳାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଓ ତାଙ୍କ ପରିବାରର ସମସ୍ତେ ଜଳଦୀକ୍ଷା ନେବା ପରେ ଆମକୁ ନିମନ୍ତ୍ରଣ କରି କହିଲେ, “ପ୍ରଭୁଙ୍କଠାରେ ପ୍ରକୃତରେ ମୋର ବିଶ୍ୱାସ ଅଛି ବୋଲି ଯଦି ଆପଣମାନେ ମନେ କରନ୍ତି, ତେବେ ଆସି ମୋ’ ଘରେ ରହନ୍ତୁ।” ସେ ଏହିପରି ଭାବରେ ତାଙ୍କ ଘରକୁ ଯିବା ପାଇଁ ଆମକୁ ପ୍ରବର୍ତ୍ତାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଓ ତା’ର ଘରେ ରହୁଥିବା ସମସ୍ତେ ବାପ୍ତିଜିତ ହେବାପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡାକି କହିଲା, “ତୁମ୍ଭେମାନେ ଯଦି ମୋତେ ପ୍ରଭୁଙ୍କଠାରେ ଜଣେ ପ୍ରକୃତ ବିଶ୍ୱାସୀ ବୋଲି ଭାବୁଛ, ତେବେ ମୋ’ ଘରେ ଆସି ରୁହ।” ଏହିପରି ସେ ଆମ୍ଭମାନଙ୍କୁ ତା’ର ଘରକୁ ଯିବା ପାଇଁ ରାଜି କରାଇଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲಿಡಿಯಾ ಅನಿ ತೆಚ್ಯಾ ಘರಾತ್ ಹೊತ್ತ್ಯಾ ಸಗ್ಳ್ಯಾ ಲೊಕಾನಿಬಿ ಬಾಲ್ತಿಮ್ ಘೆಟ್ಲ್ಯಾನಿ, ಅನಿ ತೆನಿ ಮಿಯಾ ಧನಿಯಾ ಜೆಜುಚ್ಯಾ ವರ್‍ತಿ ಖರೊ ವಿಶ್ವಾಸ್ ಥವಲ್ಲಿ ಮನುನ್ ತುಮಿ ಯೆವಜ್ತ್ಯಾಸಿ ಹೊಲ್ಯಾರ್ ಮಾಜ್ಯಾ ಘರಾಕ್ ಯೆವ್ನ್ ರ್‍ಹಾವಾ ಮನುನ್ ಒತ್ತಾಯ್ ಕರ್‍ಲಿನ್.