Acts 16:18 — Compare Translations

7 translations compared side by side

Odia - 1840
"ସେ ଏପରି ବହୁତ ଦିନ ପର୍ୟ୍ଯନ୍ତ କଲା, ପାଉଲ ଏଥିଲେ ବିରକ୍ତ ହାଇପେଡ଼ିଲେ। ସେ ସହେି ଆତ୍ମାକୁ କହିଲେ, ମୁଁ ଯୀଶୁଙ୍କ ନାମ ରେ ଆଦେଶ ଦେଉଛି, ଏହି ଝିଅଟି ଦହରେୁ ବାହାରିଯା। ସହେି ସମୟରେ ସେ ଆତ୍ମାଟି ବାହାରକୁ ଚ଼ାଲିଆସିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା । କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାʼଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି । ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ବାଳିକାଟି ଅନେକ ଦିନ ଧରି ଏପରି କଲା। ଶେଷରେ ପାଉଲ ବିବ୍ରତ ହୋଇ ପଛକୁ ବୁଲିପଡ଼ି ପ୍ରେତାତ୍ମାକୁ ଧମକ ଦେଇ କହିଲେ, “ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଦେଶ ଦେଉଛି, ତା’ଠାରୁ ବାହାରି ଯା”, ସେହି ମୁହୂର୍ତ୍ତରେ ପ୍ରେତାତ୍ମା ତା’ଠାରୁ ବାହାରିଗଲା।
Odia Bible ERV 2004 (ପବିତ୍ର ବାଇବଲ)
ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା। କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା।
Odia IRV 2017 (ଓଡିଆ ବାଇବେଲ)
ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା । କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି । ଏଥିରେ ସେ ସେହି ମୁହୁର୍ତ୍ତରେ ବାହାରିଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿನಿ ಲೈ ದಿಸಾ ಪತರ್ ಅಸೆಚ್ ಕರ್‍ಲಿನ್, ಹೆಚ್ಯಾ ವೈನಾ ಬೆಜಾರ್ ಹೊಲ್ಲ್ಯಾ ಪಾವ್ಲುನ್ ಪರ್ತುನ್, ತ್ಯಾ ಬುರ್ಶ್ಯಾ ಆತ್ಮ್ಯಾಕ್ “ಜೆಜು ಕ್ರಿಸ್ತಾಚ್ಯಾ ನಾವಾನ್ ತುಕಾ ಹುಕುಮ್ ದಿತಾ ಹಿಕಾ ಸೊಡುನ್ ಚಲ್!” ಮಟ್ಲ್ಯಾನ್, ತನ್ನಾಚ್ ತೊ ಬುರ್ಸೊ ಆತ್ಮೊ ತಿಕಾ ಸೊಡುನ್ ಗೆಲೊ.