Acts 17:15 — Compare Translations
7 translations compared side by side
Odia - 1840
"ଯେଉଁମାନେ ପାଉଲଙ୍କୁ ସାଙ୍ଗ ରେ ନଇେ ଯାଇଥିଲେ ସମାନେେ ତାହାଙ୍କୁ ଆଥୀନୀ ନଗର ପର୍ୟ୍ଯନ୍ତ ପହଞ୍ଚାଇ ଦେଲେ। ପାଉଲ ସମାନଙ୍କେ ଦ୍ବାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା'ପରେ ସମାନେେ ଫରେି ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାଙ୍କୁ ଏଥେନ୍ସ୍ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାଉଲଙ୍କୁ ନେଇ ଯାଉଥିବା ଲୋକମାନେ ତାଙ୍କ ସହିତ ଆଥେନ୍ସ୍ ପର୍ଯ୍ୟନ୍ତ ଗଲେ। ସେଠାରୁ ସେମାନେ ବେରିଆକୁ ଫେରି ଆସି ଶୀଲା ଓ ତୀମଥିଙ୍କୁ କହିଲେ, ସେମାନେ ଶୀଘ୍ର ପାଉଲଙ୍କ ସହିତ ଯୋଗ ଦିଅନ୍ତୁ ବୋଲି ପାଉଲ ନିର୍ଦ୍ଦେଶ ଦେଇଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେମାନେ ତାହାଙ୍କୁ ଆଥୀନୀ ନଗର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ପାଉଲ ସେମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା’ପରେ ସେମାନେ ଫେରିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଏଥେନ୍ସ୍ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତିଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾವ್ಲುಕ್ ತೆಚ್ಯಾ ವಾಂಗ್ಡಾ ಗೆಲ್ಲ್ಯಾ ದೆವಾಚ್ಯಾ ತಾಂಡ್ಯಾತ್ಲ್ಯಾ ಲೊಕಾನಿ ಅಥೆನ್ಸ್ ಶಾರಾಕ್ ಬಲ್ವುನ್ ನ್ಹೆಲ್ಯಾನಿ, ತೆನಿ ಫಾಟಿ ಪರ್ತುನ್ ಯೆತಾನಾ ಪಾವ್ಲುಕ್ನಾ ಸಿಲಾಸ್ ಅನಿ ತಿಮೊಥಿಕ್ ಎಕ್ ಖಬರ್ ಘೆವ್ನ್ ಯೆಲ್ಯಾನಿ, “ಹೊಲ್ಲ್ಯಾ ಯೆವ್ಡೆ ಲಗ್ಗುನಾಚ್ ಮಾಜ್ಯಾ ಜಗ್ಗೊಳ್ ಯೆವಾ” ಮನ್ತಲಿಚ್ ತಿ ಖಬರ್.