Acts 17:5 — Compare Translations

7 translations compared side by side

Odia - 1840
"କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯିହୁଦୀମାନେ ଈର୍ଷାରେ ଜ୍ଵଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ତଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଇହୁଦୀମାନେ ଈର୍ଷାତୁର ହେଲେ ଓ କେତେକ ଦୁଷ୍ଟ ପ୍ରକୃତିର ଲୋକମାନଙ୍କୁ ଠୁଳ କରି ସମଗ୍ର ନଗରରେ ଉତ୍ତେଜନା ସୃଷ୍ଟି କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଖୋଜି ଲୋକମାନଙ୍କ ନିକଟକୁ ଆଣିବା ପାଇଁ ଯେସନ୍ ନାମକ ଜଣେ ଲୋକର ଘରକୁ ଆକ୍ରମଣ କଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯିହୂଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಜುದೆವಾಂಚ್ಯಾ ಲೊಕಾಕ್ನಿ ಹೆ ಬಗುನ್ ಕುಸ್ಡೆಪಾನ್ ಹೊಲೆ, ತೆನಿ ಶಾರಾತ್ಲ್ಯಾ ಥೊಡ್ಯಾ ಪಿಧುಡ್ಯಾ ಲೊಕಾಕ್ನಿ ಪೈಸೆ ದಿವ್ನ್ ಬಲ್ವುನ್ ಹಾನುನ್ ಥೈ ಧಾಂದಲ್ ಉಟ್ವುಲ್ಯಾನಿ, ತಿ ಲೊಕಾ ಪಾವ್ಲುಕ್ ಅನಿ ಸಿಲಾಸಾಕ್ ಹುಕ್ಡುನ್ಗೆತ್ ಯೊಸೊನಾಚ್ಯಾ ಘರಾಕ್ ಜಾವ್ನ್ ತೆಂಕಾ ವಡುನ್ ಲೊಕಾಂಚ್ಯಾ ಫಿಡ್ಯಾತ್ ಹಾನುಚೆ ಮನುನ್ ಕರ್‍ಲ್ಯಾನಿ.