Acts 18:6 — Compare Translations

7 translations compared side by side

Odia - 1840
"କିନ୍ତୁ ସମାନେେ ଯେତବେେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥାକହିଲେ, ପାଉଲ ଏହାର ବିରୁଦ୍ଧ ରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, ଯଦି ତୁମ୍ଭମାନେେ ଉଦ୍ଧାର ପାଉନାହଁ ତାହାହେଲେ ଏହା ମାରେ ଦୋଷ ନୁହେଁ। ମୁଁ ସମସ୍ତ ଚେ଼ଷ୍ଟା କରି ସାରିଛି। ମୁଁ ଏବଠାରୁେ ଅଣଯିହୂଦୀମାନଙ୍କ ପାଖକୁ ୟିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ବିଜାତିମାନଙ୍କ ନିକଟକୁ ଯିବି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସେମାନେ ତାଙ୍କର ବିରୋଧ କରି ତାଙ୍କର କୁତ୍ସାରଟନା କରିବାରୁ, ଏହାର ପ୍ରତିବାଦ ସ୍ୱରୂପ ସେ ନିଜ ବସ୍ତ୍ରରୁ ଧୂଳି ଝାଡ଼ି ଦେଇ ସେମାନଙ୍କୁ କହିଲେ, “”ଯଦି ତୁମ୍ଭେମାନେ ବିନଷ୍ଟ ହୁଅ, ତେବେ ସେଥିପାଇଁ ତୁମ୍ଭେମାନେ ନିଜେ ଦାୟୀ ହେବ। ମୁଁ ଏଥିପାଇଁ ଦାୟୀ ନୁହେଁ। ଏଣିକି ମୁଁ ଅଣଇହୁଦୀମାନଙ୍କ ପାଖକୁ ଯିବି।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସେମାନେ ଯେତେବେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥା କହିଲେ, ପାଉଲ ଏହାର ବିରୁଦ୍ଧରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, “ଯଦି ତୁମ୍ଭେମାନେ ଉଦ୍ଧାର ପାଉ ନାହଁ ତାହାହେଲେ ଏହା ମୋର ଦୋଷ ନୁହେଁ। ମୁଁ ସମସ୍ତ ଚେଷ୍ଟା କରି ସାରିଛି। ମୁଁ ଏବେଠାରୁ ଅଣଯିହୂଦୀମାନଙ୍କ ପାଖକୁ ଯିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୂଦୀମାନଙ୍କ ନିକଟକୁ ଯିବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೊಲ್ಯಾರ್ ಜುದೆವಾಂಚ್ಯಾ ಲೊಕಾನಿ ಪಾವ್ಲುಚಿ ಶಿಕಾಪಾ ಸಗ್ಳಿ ತಿರಸ್ಕಾರ್ ಕರ್‍ಲ್ಯಾನಿ, ಅನಿ ಗಾಳಿಯಾ ದಿಲ್ಯಾನಿ, ತೆಚಾ ಸಾಟ್ನಿ ಪಾವ್ಲುನ್ ಅಪ್ನಾಚಿ ಫಾಳಿಯಾಂಚಿ ಧುಳ್ ಝಾಡ್ಸುನ್ ಜುದೆವಾಂಚ್ಯಾ ಲೊಕಾಕ್ನಿ “ತುಮ್ಚೊ ನಾಸ್ ಹೊವ್ಕ್ ಮಿಯಾ ಜವಾಬ್ದಾರಿ ನ್ಹಯ್ ತುಮಿಚ್ ಕಾರನ್ ಹೆಜಾ ಮಾನಾ ಮಿಯಾ ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಂಚ್ಯಾ ಜಗ್ಗೊಳ್ ಜಾತಾ!” ಮನುನ್ ಸಾಂಗ್ಲ್ಯಾನ್.