Acts 19:26 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ହସ୍ତନିର୍ମିତ ଦେବତାମାନେ ଈଶ୍ଵର ନୁହନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଆସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବର୍ତ୍ତମାନ ଏହି ଲୋକ ପାଉଲ କ’ଣ କରୁଛି; ତାହା ତୁମ୍ଭେମାନେ ନିଜେ ଦେଖିପାରୁଛ ଓ ଶୁଣି ପାରୁଛ ଓ ଶୁଣିପାରୁଛ। ସେ କହୁଛି, ମଣିଷ ହାତ ତିଆରି ଦେବତା ସବୁ ଆଦୌ ଦେବତା ନୁହଁନ୍ତି, ଆଉ ସେ ଏଠାରେ ଏଫିସସ୍ ଓ ପ୍ରାୟ ସମସ୍ତ ଏସିଆ ଦେଶରେ ଅନେକ ଲୋକଙ୍କୁ ଏହି ବିଷୟରେ ମତାଉଛି।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମତେଇ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ହାତ ତିଆରି ଦେବତାମାନେ ଈଶ୍ବର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଏସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆଉ ହାତ ତିଆରି ଦେବତାମାନେ ଈଶ୍ୱର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଆସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಪಾವ್ಲು ಕಾಯ್ ಕರುಲ್ಲಾ ಮನ್ತಲೆ ತುಮಿ ಬಗಲ್ಲ್ಯಾಸಿ ಅನಿ ಆಯ್ಕಲ್ಲ್ಯಾಸಿ, ಮಾನ್ಸಾಚ್ಯಾ ಹಾತಿನಿ ಕರಲ್ಲೊ ದೆವ್ ನ್ಹಯ್ ಮನುನ್ ಎಸಾತ್ ಎವ್ಡೆ ನ್ಹಯ್ ಸಗ್ಳ್ಯಾ ಆಸಿಯಾ ಪ್ರಾಂತಾತ್ ಬಿ ಸಾಂಗುಲ್ಲಾ ಅನಿ ಲೈ ಲೊಕಾಂಚಿ ಮನಾ ಪರ್ತುಲ್ಲಾ.