Acts 19:33 — Compare Translations
7 translations compared side by side
Odia - 1840
"ସେତବେେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡର ଲୋକମାନଙ୍କ ଆଗ ରେ ହାତ ହଲଇେ ସମାନଙ୍କେୁ ବୁଝାଇବା ପାଇଁ ଚେ଼ଷ୍ଟା କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯିହୁଦୀମାନେ ଆଲେକ୍ଜାଣ୍ତରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ କେହି କେହି ତାକୁ ମତାଇଲେ; ସେଥିରେ ଆଲେକ୍ଜାଣ୍ତର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷସମର୍ଥନ କରିବାକୁ ଇଚ୍ଛା କଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଲୋକମାନଙ୍କ ମଧ୍ୟରୁ କେତେକ ମତ ଦେଲେ ଯେ, ଆଲେକ୍ଜାଣ୍ଡର ଏଥିପାଇଁ ଦାୟୀ, କାରଣ ଇହୁଦୀମାନେ ତାଙ୍କୁ ଆଗରେ ଠିଆ କରାଇଥିଲେ। ଆଲେକ୍ଜାଣ୍ଡର ହାତ ଟେକି ଲୋକମାନଙ୍କୁ ନୀରବ ରହିବା ପାଇଁ ସଙ୍କେତ ଦେଲେ ଓ ବିଶ୍ୱାସୀମାନଙ୍କ ସପକ୍ଷରେ ଭାଷଣ ଦେଇ ବୁଝାଇବାକୁ ଚେଷ୍ଟା କଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡାରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡାର ଲୋକମାନଙ୍କ ଆଗରେ ହାତ ହଲେଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯିହୁଦୀମାନେ ଆଲେକ୍ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ଯିହୂଦୀମାନେ ଆଲେକ୍ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆವಾಂಚ್ಯಾ ಲೊಕಾಕ್ನಿ ಅಲೆಗ್ಸಾಂಡರ್ ಮನ್ತಲ್ಯಾಕ್ ಲೊಕಾಂಚ್ಯಾ ಇದ್ರಾಕ್ ಫಿಡೆ ಜಾವ್ನ್ ಬೊಲುಕ್ ತೆನಿ ಲೊಕಾಕ್ನಿ ಹಾತಿನ್ ಸೊನ್ನಿ ಕರುನ್ ಗಪ್ಪ್ ರ್ಹಾವಾ ಮನುನ್ ಲೊಕಾಂಚ್ಯಾ ವಾಂಗ್ಡಾ ವಾದ್ ಕರುನ್ ಅಪ್ಲ್ಯಾ ಸಾಟ್ನಿ ಬೊಲುಕ್ಲಾಲೊ.