Acts 2:22 — Compare Translations

7 translations compared side by side

Odia - 1840
" ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ । ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ଵାରା ଆପଣମାନଙ୍କ ନିକଟରେ ଈଶ୍ଵରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ଵାରା ଈଶ୍ଵର ଯେ ଆପଣମାନଙ୍କ ମଧ୍ୟରେ ଏହିସମସ୍ତ କର୍ମ କରିଅଛନ୍ତି, ଏହା ଆପଣମାନେ ନିଜେ ନିଜେ ଜାଣନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
“ହେ ଇଶ୍ରାଏଲୀୟ ଭାଇମାନେ, ଶୁଣ! ଅନେକ ଅଲୌକିକ କାର୍ଯ୍ୟ ଓ ଅଦ୍ଭୁତ ଲକ୍ଷଣ ଦ୍ୱାରା ନାଜରିତୀୟ ଯୀଶୁ ଯେ ଈଶ୍ୱରପ୍ରେରିତ ଓ ଐଶୀଶକ୍ତି ସମ୍ପନ୍ନ, ଏହା ତୁମ୍ଭମାନଙ୍କ ନିକଟରେ ପ୍ରମାଣିତ ହୋଇଛି। ତୁମ୍ଭମାନଙ୍କ ମଧ୍ୟରେ ଏହି ଅଞ୍ଚଳରେ ଏହି ସବୁ ଘଟଣା ଘଟିଛି, ତେଣୁ ଏ ବିଷୟରେ ତୁମ୍ଭେମାନେ ଭଲଭାବେ ଜାଣିଛ।
Odia Bible ERV 2004 (ପବିତ୍ର ବାଇବଲ)
“ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ବର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଅାପଣମାନେ ନିଜେ ଜାଣନ୍ତି;
Odia IRV 2017 (ଓଡିଆ ବାଇବେଲ)
ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ । ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ୱର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି,ଏହା ଅାପଣମାନେ ନିଜେ ଜାଣନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಇಸ್ರಾಯೆಲಾಚ್ಯಾ ಲೊಕಾನು ಮಾಜಿ ಹಿ ಗೊಸ್ಟಿಯಾ ಆಯ್ಕಾ, ದೆವಾನ್ ಅಪ್ನಿ ಜೆಜುಚ್ಯಾ ವೈನಾ ಕರಲ್ಲಿ ತಾಕ್ತಿಚ್ಯಾ ಅನಿ ಚಮತ್ಕಾರಾಚ್ಯಾ ಕಾಮಾಂಚ್ಯಾ ವೈನಾ ನಜರೆತಾತ್ಲ್ಯಾ ಜೆಜುಚೊ ದೈವಿಕ್ ಅದಿಕಾರ್ ಸ್ಪಸ್ಟ್ ಹೊವ್ನ್ ದಾಕ್ವುನ್ ದಿಲ್ಲೊ ಹಾಯ್, ಹಿ ಸಂಗ್ತಿಯಾ ತುಮಿ ಸಗ್ಳ್ಯಾನಿ ಬಗ್ಲ್ಯಾಸಿ, ತಸೆ ಹೊವ್ನ್ ಹೆ ಸಗ್ಳೆ ಖರೆ ಮನುನ್ ತುಮ್ಕಾ ಗೊತ್ತ್ ಹಾಯ್.