Acts 2:23 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ବ୍ୟକ୍ତି ଈଶ୍ଵରଙ୍କ ନିରୂପିତ ସଂକଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ଵାରା କ୍ରୁଶାରୋପଣ କରି ବଧ କରିଥିଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ;
Odia IRV 2017 (ଓଡିଆ ବାଇବେଲ)
ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାରୋପଣ କରି ବଧ କରିଥିଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುಕ್ ತುಮ್ಕಾ ಹಾತಾತ್ ಒಪ್ಸುನ್ ದಿತಲಿ ದೆವಾಚಿಚ್ ಯವ್ಜನ್ ಹೊತ್ತಿ, ದೆವಾನ್ ಲೈ ಫಾಟಿಚ್ ಹೆ ನಿರ್ಧಾರ್ ಕರುನ್ ಥವಲ್ಲ್ಯಾನ್. ಖರೆ ತುಮಿ ಪಾಪಿ ಲೊಕಾಂಚ್ಯಾ ಮಜತಿನ್ ತೆಕಾ ಕುರ್ಸಾರ್ ಮಾರ್ಲ್ಯಾಸಿ.