Acts 2:30 — Compare Translations
7 translations compared side by side
Odia - 1840
"ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ସେ ଭାବବାଦୀ ହେବାରୁ ଏବଂ ତାଙ୍କ ଔରସଜାତ ଜଣେ ବ୍ୟକ୍ତିଙ୍କି ଈଶ୍ଵର ଯେ ତାଙ୍କ ସିଂହାସନରେ ବସାଇବାକୁ ତାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଜଣେ ଭାବବାଦୀ ଥିଲେ, ତେଣୁ ତାଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଜ୍ଞା କଥା ଜାଣିଥିଲେ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣକୁ ରାଜା କରିବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବା ପାଇଁ ଈଶ୍ବର ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ।
Odia IRV 2017 (ଓଡିଆ ବାଇବେଲ)
ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାଙ୍କ ସିଂହାସନରେ ରାଜା କରି ବସାଇବା ପାଇଁ ପରମେଶ୍ୱର ତାକୁ ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಾವಿದ್ ಎಕ್ ಪ್ರವಾದಿ ಹೊತ್ತೊ, ದೆವಾನ್ ತೆಕಾ ತುಜ್ಯಾ ಘರಾನಾತ್ಲ್ಯಾ ಎಕ್ಲ್ಯಾಕ್ ತುಜ್ಯಾ ಸಾರ್ಕೊಚ್ ರಾಜಾ ಕರ್ತಾ ಮನುನ್ ಆನ್ ಥವ್ನ್ ಗೊಸ್ಟ್ ದಿಲ್ಲೆ ತೆಕಾ ಗೊತ್ತ್ ಹೊತ್ತೆ.