Acts 2:31 — Compare Translations

7 translations compared side by side

Odia - 1840
"ଏଣୁ ଭବିଷ୍ଯତ ରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କ ରେ କହିଥିଲେ, ତାହାଙ୍କ ମୃତ୍ଯୁର ସ୍ଥାନ ରେ ଛାଡ଼ି ଦିଆ ଯାଇନାହିଁ ଓ ତାହାଙ୍କର ଦହେ କବର ରେ ପଚିସଢ଼ି ଯାଇନାହିଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହା ଜାଣିବାରୁ ସେ ଭବିଷ୍ୟଦ୍ ଦର୍ଶନ ଦ୍ଵାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଭବିଷ୍ୟତ୍ରେ କ’ଣ କରିବାକୁ ଯାଉଛନ୍ତି, ଦାଉଦ ତାହା ଜାଣିପାରି, ମସୀହଙ୍କ ପୁନରୁତ୍ଥାନ ବିଷୟରେ କହିଛନ୍ତି; ‘ସେ ମୃତମାନଙ୍କ ଜଗତରେ ପରିତ୍ୟକ୍ତ ହେଲେ ନାହିଁ। ତାହାଙ୍କ ଶରୀର କବର ମଧ୍ୟରେ କ୍ଷୟ ପାଇଲା ନାହିଁ।’
Odia Bible ERV 2004 (ପବିତ୍ର ବାଇବଲ)
ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁ‌‌ତ୍‌‌ଥାନ ସମ୍ପର୍କରେ କହିଥିଲେ, ‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’ ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁ‌‌ତ୍‌‌ଥାନ ସମ୍ବନ୍ଧରେ କହିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏହା ଜାଣିବାରୁ ସେ ଭବିଷ୍ୟଦ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಾವಿದಾನ್ ದೆವ್ ಫಿಡೆ ಕಾಯ್ ಕರ್‍ತಲೊ ಹಾಯ್ ಮನ್ತಲೆ ಕಳ್ವುನ್ ಘೆಟಲ್ಲ್ಯಾನ್, ತಸೆ ಹೊವ್ನ್ ತೆನಿ ಝಿತ್ತೊ ಹೊವ್ನ್ ಉಟ್ತಲೊ ಹೊತ್ತ್ಯಾ ಕ್ರಿಸ್ತಾಚ್ಯಾ ವಿಶಯಾತ್ ಅಶೆ ಮಟ್ಲ್ಯಾನ್; ತೆಜೆ ಶರಿರ್ ಸಮಾದಿತ್ ಕುಸುನ್ ಜಾವ್ಕ್ ನಾ,