Acts 20:28 — Compare Translations

7 translations compared side by side

Odia - 1840
"ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ତଳୀକି ଈଶ୍ଵର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ତଳୀକି ପ୍ରତିପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ଯେସମସ୍ତ ପଲ ମଧ୍ୟରେ ତୁମ୍ଭମାନଙ୍କୁ ଅଧ୍ୟକ୍ଷ ସ୍ଵରୂପେ ନିଯୁକ୍ତ କରିଅଛନ୍ତି,, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ୱର ଆପଣା ନିଜ ରକ୍ତରେ କିଣିଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾಚ್ ತುಮಿ ತೆಚ್ಯಾ ಹುಶ್ಯಾರ್ಕಿನ್ ರಾಕುನ್ ಘೆವಾ. ಪವಿತ್ರ್ ಆತ್ಮ್ಯಾನ್ ತ್ಯಾ ದಿಸಿ ತುಮ್ಕಾ ದಿಲ್ಯಾ ಬಕ್ರಾಂಚ್ಯಾ ತಾಂಡ್ಯಾಕ್ ಉಶಾರ್ಕಿನ್ ಬಗುನ್ಗೆವಾ, ದೆವಾಚ್ಯಾ ತಾಂಡ್ಯಾಚ್ಯಾ ಬಕ್ರಿಯಾ ರಾಕ್ತಲ್ಯಾಂಚ್ಯಾ ಸಾರ್ಕೆ ರ್‍ಹಾವಾ, ತೆ ತೆನಿ ಅಪ್ಲ್ಯಾ ಸ್ವತಾಚ್ಯಾ ಲೆಕಾಚ್ಯಾ ರಗ್ತಾನ್ ಇಕಾತ್ ಘೆಟ್ಲಾ.