Acts 21:11 — Compare Translations

7 translations compared side by side

Odia - 1840
"ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନଇେ ନିଜ ହାତ ଗୋଡ ବାନ୍ଧି ପକାଇଲେ ଓ କହିଲେ, ପବିତ୍ର ଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, 'ତାହାଙ୍କୁ ୟିରୁଶାଲମ ରେ ଯିହୂଦୀମାନେ ଏହିପରି ବାନ୍ଧି ପକାଇବେ। ସମାନେେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତ ରେ ସମର୍ପଣ କରିବେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଆମ୍ଭମାନଙ୍କ ନିକଟକୁ ଆସି ପାଉଲଙ୍କ କଟିବନ୍ଧନ ଘେନି ଆପଣା ହସ୍ତପଦ ବନ୍ଧନ କରି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କି ଯିରୂଶାଲମନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଆମ ନିକଟକୁ ଆସି ପାଉଲଙ୍କ କଟି ବନ୍ଧନୀ ନେଲେ, ସେଥିରେ ସେ ନିଜ ହାତ ଓ ଗୋଡ଼ ବାନ୍ଧି କହିଲେ, “ପବିତ୍ରଆତ୍ମା ମୋତେ ଜଣାଉଛନ୍ତି ଯେ, ଏହି କଟି ବନ୍ଧନୀର ଅଧିକାରୀଙ୍କୁ ଯିରୂଶାଲମରେ ଇହୁଦୀମାନେ ଏହିପରି ବାନ୍ଧି ତାଙ୍କୁ ଅଣଇହୁଦୀମାନଙ୍କ ହାତରେ ସମର୍ପଣ କରିବେ।”
Odia Bible ERV 2004 (ପବିତ୍ର ବାଇବଲ)
ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନେଇ ନିଜ ହାତ ଗୋଡ଼ ବାନ୍ଧି ପକେଇଲେ ଓ କହିଲେ, “ପବିତ୍ରଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, ‘ତାହାଙ୍କୁ ଯିରୁଶାଲମରେ ଯିହୂଦୀମାନେ ଏହିପରି ବାନ୍ଧି । ସେମାନେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତରେ ସମର୍ପଣ କରିବେ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ।
Odia IRV 2017 (ଓଡିଆ ବାଇବେଲ)
ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୂଦୀମାନେ ଏହିପରି ବାନ୍ଧି ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಅಮ್ಚ್ಯಾ ಜಗ್ಗೊಳ್ ಯೆವ್ನ್, ಪಾವ್ಲುಚೊ ಖಬ್ರೆಚೊ ಪಟ್ಟೊ ಕಾಡುನ್ ಘೆವ್ನ್ ಅಪ್ಲಿ ಹಾತಾ ಪಾಯಾ ಭಾಂದುನ್ ಘೆವ್ನ್ ಹ್ಯೊ ಕಂಬ್ರೆಚೊ ಪಟ್ಟೊ ಕೊನಾಚೊ, ತ್ಯಾ ಮಾನ್ಸಾಕ್ ಜೆರುಜಲೆಮಾತ್ಲಿ ಜುದೆವಾಂಚಿ ಲೊಕಾ ಅಶೆ ಬಾಂಧುನ್ ಘಾಲ್ತಾತ್, ಅನಿ ತೆನಿ ತೆಕಾ ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಂಚ್ಯಾ ಹಾತಿತ್ ಒಪ್ಸುನ್ ದಿತ್ಯಾತ್, ಮನುನ್ ಪವಿತ್ರ್ ಆತ್ಮೊ ಸಾಂಗುಲ್ಲಾ ಮಟ್ಲ್ಯಾನ್.