Acts 21:24 — Compare Translations
7 translations compared side by side
Odia - 1840
"ମ୍ଭେ ସମାନଙ୍କେୁ ସାଙ୍ଗ ରେ ନଇେ ସମାନଙ୍କେ ସହିତ ଆପଣାକୁ ଶୁଚି କରି ଓ ତୁମ୍ଭେ ସମାନଙ୍କେର ମୁଣ୍ଡ ଲଣ୍ଡା ହବୋପାଇଁ ଖର୍ଚ୍ଚ ଦିଅ। ଏହା ଦ୍ବାରା ସମସ୍ତେ ଭାବିବେ ଯେ, ସମାନେେ ତୁମ୍ଭ ବିଷୟ ରେ ଯାହା ସବୁ ଶୁଣିଛନ୍ତି ତାହା ମିଥ୍ଯା। ସମାନେେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନ ରେ ମାଶାଙ୍କେ ବ୍ଯବସ୍ଥା ମାନି ଚ଼ଳୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କୁ ଘେନି ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକମୁଣ୍ତନର ବ୍ୟୟ ଭାର ବହନ କର, ତାହାହେଲେ ତୁମ୍ଭ ବିଷୟରେ ସେମାନେ ଯେଉଁସବୁ ସମ୍ଵାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ସହିତ ଯାଆନ୍ତୁ। ଶୁଚିକରଣ ବିଧି ପାଳନରେ ସେମାନଙ୍କ ସହିତ ଯୋଗ ଦେଇ ସେମାନଙ୍କର ଖର୍ଚ୍ଚ ବହନ କରନ୍ତୁ। ତା’ପରେ ସେମାନେ ନିଜ ନିଜର ମସ୍ତକ ମୁଣ୍ଡନ କରିବେ। ଏଥିରୁ ଜଣାଯିବ ଯେ, ଆପଣଙ୍କ ବିଷୟରେ ପ୍ରକାଶ ପାଇଥିବା କୌଣସି ସମ୍ବାଦ ସତ୍ୟ ନୁହେଁ, ମାତ୍ର ଆପଣ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ସେମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର ଓ ତୁମ୍ଭେ ସେମାନଙ୍କର ମୁଣ୍ଡ ଲଣ୍ଡା ହେବା ପାଇଁ ଖର୍ଚ୍ଚ ଦିଅ। ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହାସବୁ ଶୁଣିଛନ୍ତି ତାହା ମିଥ୍ୟା। ସେମାନେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର, ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ।
Odia IRV 2017 (ଓଡିଆ ବାଇବେଲ)
ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର,ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿಯಾ ತೆಂಕಾ ಬಲ್ವುನ್ ಘೆವ್ನ್ ಜಾವ್ನ್ ತೆಂಚ್ಯಾ ವಾಂಗ್ಡಾ ತುಕಾಬಿ ನಿತಳ್ ಕರುನ್ಗೆತ್ ತೆಂಚೆ ಹರಕೆ ಪಾವ್ಸು, ಅಶೆ ಕರ್ತಾನಾ ತುಜ್ಯಾ ವಿಶಯಾತ್ ತೆನಿ ಆಯ್ಕಲಿ ಖಬ್ರಿಯಾ ಖರೆ ನ್ಹಯ್ ಮನುನ್, ಅನಿ ತಿಯಾ ಮೊಯ್ಜೆಚ್ಯಾ ಖಾಯ್ದ್ಯಾಚ್ಯಾ ಸಾರ್ಕೆ ಚಲ್ತೈಯ್ ಮನುನ್ ಕಳ್ವುನ್ ಘೆತಾತ್.