Acts 21:25 — Compare Translations
7 translations compared side by side
Odia - 1840
"ଆମ୍ଭେ ଅଣଯିହୂଦୀ ବିଶ୍ବାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସମାନଙ୍କେୁ ଲେଖିସାରିଛୁ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯେଉଁ ବିଜାତିମାନେ ବିଶ୍ଵାସୀ ହୋଇଅଛନ୍ତି, ସେମାନଙ୍କ ସମ୍ଵନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ଵାସରୋଧ ଦ୍ଵାରା ମୃତ ପ୍ରାଣୀର ମାଂସ, ଆଉ ପରଦାରଠାରୁ ଆପଣା ଆପଣାକୁ ପୃଥକ ରଖିବା ଯେ ଉଚିତ, ଏହା ଆମ୍ଭେମାନେ ବିଚାର କରି ଲେଖିଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯେଉଁ ଅଣଇହୁଦୀମାନେ ବିଶ୍ୱାସୀ ହୋଇଛନ୍ତି, ସେମାନଙ୍କ ନିକଟକୁ ଆମେ ଗୋଟିଏ ପତ୍ର ଲେଖି ପରାମର୍ଶ ଦେଇଛୁ ଯେ, ଆମ୍ଭମାନଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ପ୍ରତିମାମାନଙ୍କ ନିକଟରେ ଉତ୍ସର୍ଗ କରାଯାଇଥିବା ଖାଦ୍ୟ ଖାଇବେ ନାହିଁ, ରକ୍ତ ପିଇବେ ନାହିଁ, ଗଳା ଚିପା ଯାଇ ମରା ଯାଇଥିବା ପଶୁ ମାଂସ ଖାଇବେ ନାହିଁ ଓ ଯୌନ ପାପରୁ ନିବୃତ୍ତ ହେବେ।”
Odia Bible ERV 2004 (ପବିତ୍ର ବାଇବଲ)
“ଆମ୍ଭେ ଅଣଯିହୂଦୀ ବିଶ୍ୱାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସେମାନଙ୍କୁ ଲେଖିସାରିଛୁ: ‘ମୂର୍ତ୍ତିକୁ ସମର୍ପିତ ହୋଇଥିବା ଖାଦ୍ୟ ଖାଅ ନାହିଁ। ରକ୍ତ ଖାଅ ନାହିଁ। ତୁମ୍ଭେମାନେ କୌଣସି ପ୍ରକାରର ଯୌନ ସମ୍ବନ୍ଧୀୟ ପାପ କାର୍ଯ୍ୟ କର ନାହିଁ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯେଉଁ ଅଣଯିହୁଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ଯୌନକ୍ରିୟାଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖିଅଛୁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯେଉଁ ଅଣଯିହୂଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ପରଦାରଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖି ଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆವ್ ನ್ಹಯ್ ಹೊತ್ತ್ಯಾ ವಿಶ್ವಾಸಿ ಲೊಕಾಕ್ನಿ ಅಮಿ ಎಕ್ ಚಿಟ್ ಅತ್ತಾ ಹಾಲಿ ಧಾಡುನ್ ಹೊಲಾ ಮುರ್ತಿಯಾಕ್ನಿ ಭೆಟ್ವಲ್ಲೊ ಖಾನ್ ಖಾವ್ನಕಾಸಿ, ರಗಾತ್ ಖಾವ್ನಕಾಸಿ, ಗಳೊ ಚಿರ್ಡುನ್ ಜಿವ್ ಕಾಡಲ್ಯಾ ಜನಾವರಾಂಚೆ ಮಾಸ್ ಖಾವ್ನಕಾಸಿ, ಕಸ್ಲೊಬಿ ಲೈಂಗಿಕ್ ಪಾಪ್ ಕರುನಕಾಸಿ, ಮನುನ್ ತ್ಯಾ ಚಿಟಿತ್ ಲಿವ್ನ್ ಹೊಲಾ ಮಟ್ಲ್ಯಾನಿ.