Acts 21:28 — Compare Translations

7 translations compared side by side

Odia - 1840
"ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ଯେଉଁ ଲୋକଟା ସବୁ ସ୍ଥାନରେ ଆମ୍ଭମାନଙ୍କ ଜାତି, ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ଆହୁରି ମଧ୍ୟ ସେ ମନ୍ଦିର ଭିତରକୁ ଗ୍ରୀକ୍ମାନଙ୍କୁ ସୁଦ୍ଧା ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଚିକ୍ରାର କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ଆମକୁ ସାହାଯ୍ୟ କର! ଏହି ଲୋକ ଚାରିଆଡ଼େ ଯାଇ ଇଶ୍ରାଏଲର ଲୋକମାନଙ୍କ ବିରୁଦ୍ଧରେ, ମୋଶାଙ୍କ ବ୍ୟବସ୍ଥା ଓ ଏହି ମନ୍ଦିର ବିରୁଦ୍ଧରେ ଶିକ୍ଷା ଦେଉଛି। ପୁଣି ବର୍ତ୍ତମାନ ସେ କେତେକ ଅଣଇହୁଦୀଙ୍କୁ ମନ୍ଦିର ମଧ୍ୟକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଖୁବ୍ ଜୋ‌ର୍‌‌ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‍ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି।
Odia IRV 2017 (ଓଡିଆ ବାଇବେଲ)
ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‌ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಜುದೆವಾಂಚ್ಯಾ ಲೊಕಾನು, ಮಾಕಾ ಮಜ್ಜತ್ ಕರಾ! ಮೊಯ್ಜೆಚ್ಯಾ ಖಾಯ್ದ್ಯಾಕ್ನಿ ಅಮ್ಚ್ಯಾ ಲೊಕಾಕ್ನಿ, ಅನಿ ಹ್ಯಾ ಗುಡಿಕ್ ವಿರೊದ್ ಹೊವ್ನ್ ಸಗ್ಳ್ಯಾ ಜಾಗ್ಯಾರ್ನಿ ಲೊಕಾಕ್ನಿ ಶಿಕಾಪಾ ಕರಿತ್ ಹೊತ್ತೊ ಹ್ಯೊಚ್, ಅತ್ತಾ ಹೆನಿ ಉಲ್ಲಿ ಲೊಕಾ ಗ್ರಿಕಾಕ್ನಿ ದೆವಾಚ್ಯಾ ಗುಡಿಕ್ ಬಲ್ವುನ್ ಹಾನ್ಲಾ! ಹ್ಯೊ ಪವಿತ್ರ್ ಜಾಗೊ ಹೆನಿ ಅಶುದ್ದ್ ಕರ್‍ಲಾ!” ಮನುನ್ ಬೊಬ್ ಮಾರುನ್ ಗದ್ದಲ್ ಉಟ್ವುಲ್ಯಾನಿ.