Acts 21:33 — Compare Translations
7 translations compared side by side
Odia - 1840
"ତା'ପରେ ସନୋପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳି ରେ ବାନ୍ଧି ଦବୋ ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସନୋପତି ପଚ଼ାରିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ସହସ୍ରସେନାପତି ପାଖକୁ ଆସି ତାଙ୍କୁ ଧରି ଦୁଇଟା ଶିକୁଳିରେ ତାଙ୍କୁ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି ସେ କିଏ ଓ କʼଣ କରିଅଛି ବୋଲି ପଚାରିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସୈନ୍ୟାଧ୍ୟକ୍ଷ ପାଉଲଙ୍କୁ ଗିରଫ କରି ତାଙ୍କୁ ଦୁଇଟି ଜଞ୍ଜିରରେ ବାନ୍ଧିବା ପାଇଁ ଆଦେଶ ଦେଲେ। ତା’ପରେ ସେ ପଚାରିଲେ, “ଏ ଲୋକଟି କିଏ ଓ ସେ କ’ଣ କରିଛି?”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ସହସ୍ର-ସେନାପତି ପାଖକୁ ଆସି ତାହାଙ୍କୁ ଧରି ଦୁଇଟା ଜଞ୍ଜିରରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କଅଣ କରିଅଛି ବୋଲି ପଚାରିଲେ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ସହସ୍ର ସେନାପତି ପାଖକୁ ଆସି ତାଙ୍କୁ ଧରି ଦୁଇଟା ଶିକୁଳିରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କ'ଣ କରିଅଛି ବୋଲି ପଚାରିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸೆನಾಧಿಪತಿನ್ ಸೈನಿಕಾಕ್ನಿ ಜಾವ್ನ್ ಪಾವ್ಲುಕ್ ಧರುನ್ ದೊನ್ ಸರ್ಪೊಳಿಯಾನಿ ಭಾಂದುಕ್ ಸಾಂಗ್ಲ್ಯಾನ್, ಅನಿ ತೆನಿ ಹ್ಯೊ ಮಾನುಸ್ ಕೊನ್? ಹೆನಿ ಕಾಯ್ ಚುಕ್ ಕರ್ಲಾ? ಮನುನ್ ಇಚಾರ್ಲ್ಯಾನ್.