Acts 22:24 — Compare Translations
7 translations compared side by side
Odia - 1840
"ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ସହସ୍ରସେନାପତି ତାଙ୍କୁ ଗଡ଼ ଭିତରକୁ ଘେନିଯିବା ପାଇଁ ଆଜ୍ଞା ଦେଲେ, ପୁଣି, ଲୋକେ କାହିଁକି ତାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ଵାରା ତାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାଉଲଙ୍କୁ ଦୁର୍ଗ ଭିତରକୁ ନେଇଯିବା ପାଇଁ ରୋମୀୟ ସେନାପତି ସୈନ୍ୟମାନଙ୍କୁ ଆଦେଶ ଦେଲେ ଓ ଇହୁଦୀମାନେ କାହିଁକି ତାଙ୍କ ବିରୁଦ୍ଧରେ ଏପରି ଚିକ୍ରାର କରୁଛନ୍ତି, ତାହା ଜାଣିବା ପାଇଁ ତାଙ୍କୁ ଚାବୁକ୍ ପ୍ରହାର କରିବାକୁ ଆଦେଶ ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେନାପତି ପାଉଲଙ୍କୁ ସୈନ୍ୟ ନିବାସ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ପାଉଲଙ୍କୁ ପଗ୍ଭରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ସହସ୍ର-ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ସହସ୍ର ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ರೊಮಾಚ್ಯಾ ಸೈನಿಕಾಚ್ಯಾ ಮುಖಂಡಾನ್ ಪಾವ್ಲುಕ್ ಬುತ್ತುರ್ ಘೆವ್ನ್ ಜಾವ್ನ್ ಮಾರಾ ಮನುನ್ ಹುಕುಮ್ ದಿಲ್ಯಾನ್,ಲೊಕಾ ಅಶೆ ಬೊಬ್ ಮಾರುಕ್ ಕಾಯ್ ಕಾರನ್ ಮನ್ತಲೆ ತೆಜ್ಯಾಕ್ನಾಚ್ ಸಾಂಗ್ಸುಚೆ ಮನ್ತಲಿ ತ್ಯಾ ಮುಖಂಡಾಚಿ ಆಶ್ಯಾ ಹೊಲ್ಲಿ.