Acts 22:29 — Compare Translations

7 translations compared side by side

Odia - 1840
"ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଚ଼ାଲି ଗଲେ। ସନୋଧ୍ଯକ୍ଷ ମଧ୍ଯ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦଇେଥିବାରୁ ଡ଼ରିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ, ଯେଉଁମାନେ ତାଙ୍କୁ ପରୀକ୍ଷା କରିବାକୁ ଉଦ୍ୟତ ଥିଲେ, ସେମାନେ ତତ୍କ୍ଷଣାତ୍ ସେଥିରୁ ନିବୃତ୍ତ ହେଲେ, ଆଉ ସହସ୍ରସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଓ ତାଙ୍କୁ ବାନ୍ଧିବାରୁ ଭୀତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସଙ୍ଗେ ସଙ୍ଗେ ଯେଉଁ ଲୋକମାନେ ପାଉଲଙ୍କୁ ପ୍ରଶ୍ନ କରିବାକୁ ଯାଉଥିଲେ, ପଛକୁ ହଟିଗଲେ ଏବଂ ପାଉଲ ଜଣେ ରୋମୀୟ ନାଗରିକ ହୋଇଥିବା ଜାଣି ଓ ସେ ଯେ ତାଙ୍କୁ ଶିକୁଳିରେ ବାନ୍ଧିବା ପାଇଁ ଆଦେଶ ଦେଇଛନ୍ତି, ଏହା ଜାଣି, ସୈନ୍ୟାଧ୍ୟକ୍ଷ ଅତ୍ୟନ୍ତ ଭୟଭୀତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେଇଥିବାରୁ ଡରିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ।
Odia IRV 2017 (ଓଡିଆ ବାଇବେଲ)
ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾವ್ಲುಕ್ ಪರಸ್ನೆ ಇಚಾರುಕ್ ತಯಾರ್ ಹೊವ್ನ್ ಹೊತ್ತಿ ಲೊಕಾ ತನ್ನಾಚ್ ತೆಚ್ಯಾ ಜಗ್ಗೊಳ್ನಾ ಗೆಲಿ, ಖರೆ ಪಾವ್ಲುಕ್ ತನ್ನಾಚ್ ಭಾಂದುನ್ ಘಾಟಲ್ಲೆ ಹೊತ್ತೆ, ಅನಿ ತೊ ರೊಮಾಚೊ ಮಾನುಸ್ ಹೊಲ್ಲ್ಯಾಕ್ ಸೆನಾಧಿಪತಿಕ್‍ ಭಿಂಯೆ ಕರುಕ್ ಲಾಗ್ಲೆ.