Acts 22:30 — Compare Translations
7 translations compared side by side
Odia - 1840
"ତହିଁ ଆର ଦିନ ସନୋଧ୍ଯକ୍ଷ ଜାଣିବା ପାଇଁ ଚାହିଁଲେ, ଯିହୂଦୀମାନେ ପ୍ରକୃତ ରେ ପାଉଲଙ୍କ ବିରୁଦ୍ଧ ରେ କଣ ଦୋଷରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରି ଦେଲେ ଏବଂ ୟିହୁଦୀ ମୁଖ୍ଯ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହବୋକୁ ଆଦେଶ ଦେଲେ। ତା'ପରେ ସନୋଧ୍ଯକ୍ଷ ପାଉଲଙ୍କର ଶିକୁଳି ଖାଲିେ ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖ ରେ ବିଚ଼ାର ପାଇଁ ଠିଆ କରାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ଵାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟ ରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି ପାଉଲଙ୍କୁ ଘେନିଆଣି ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଇହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କରିଛନ୍ତି, ତାହା ନିଶ୍ଚିତଭାବେ ଜାଣିବା ପାଇଁ ସୈନ୍ୟାଧ୍ୟକ୍ଷ ତହିଁ ଆର ଦିନ ପାଉଲଙ୍କର ବନ୍ଧନସବୁ ଖୋଲି ଦେଇ ମହାସଭାର ପୂର୍ଣ୍ଣ ବୈଠକ ଆହ୍ୱାନ କରିବା ପାଇଁ ଯାଜକମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ହେଲେ ତହିଁ ଆର ଦିନ ସେନାଧ୍ୟକ୍ଷ ଜାଣିବା ପାଇଁ ଗ୍ଭହିଁଲେ, ଯିହୂଦୀମାନେ ପ୍ରକୃତରେ ପାଉଲଙ୍କ ବିରୁଦ୍ଧରେ କ’ଣ ଦୋଷାରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରିଦେଲେ ଏବଂ ଯିହୂଦୀ ମୁଖ୍ୟ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହେବାକୁ ଆଦେଶ ଦେଲେ। ତା’ପରେ ସେନାଧ୍ୟକ୍ଷ ପାଉଲଙ୍କର ଶିକୁଳି ଖୋଲି ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖରେ ବିଗ୍ଭର ପାଇଁ ଠିଆ କରାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ କାହିଁକି ସେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರೆಂದಿಸಿ ಪಾವ್ಲುಕ್ ವಿರೊಧ್ ಹೊವ್ನ್ ಜುದೆವಾಂಚ್ಯಾ ಲೊಕಾನಿ ಹಾನಲ್ಲೆ ಅಪರಾಧ್ ಕಾಯ್ ಮನುನ್ ಕಳ್ವುನ್ ಘೆವ್ಕ್ ಸೆನಾಧಿಪತಿನ್ ನಿರ್ಧಾರ್ ಕರ್ಲ್ಯಾನ್, ತೆಚಾ ಸಾಟ್ನಿ ತೆನಿ ಮುಖ್ಯ್ ಯಾಜಕ್ ಜುದೆವಾಂಚ್ಯಾ ಝಡ್ತಿ ಕರ್ತಲ್ಯಾ ತಾಂಡ್ಯಾಚ್ಯಾ ಲೊಕಾಕ್ನಿಬಿ ಗೊಳಾ ಹೊವ್ನ್ ಯೆವ್ಕ್ ಹುಕುಮ್ ದಿಲ್ಲ್ಯಾನ್, ಸೆನಾಧಿಪತಿನ್ ಪಾವ್ಲುಚಿ ಬಾಂದಲ್ಲಿ ಸರ್ಪೊಳಿಯಾ ಕಾಡುನ್ ಟಾಕುನ್ ತೆಕಾ ಭಾಯ್ರ್ ಬಲ್ವುನ್ ಘೆವ್ನ್ ಯೆವ್ನ್ ತಾಂಡ್ಯಾಚ್ಯಾ ಇದ್ರಾಕ್ ಇಬೆ ಕರ್ಲ್ಯಾನಿ.