Acts 22:5 — Compare Translations
7 translations compared side by side
Odia - 1840
"ମହାୟାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସମାନଙ୍କେଠାରୁ ଦମ୍ମସକରେେ ଥିବା ସମାନଙ୍କେର ଭାଇମାନଙ୍କ ପାଖକୁ ପତ୍ର ନଇେ ଯାଇଥିଲି। ସଠାେରେ ଥିବା ଯୀଶୁଙ୍କର ଶିଷ୍ଯମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସମାନଙ୍କେୁ ବନ୍ଦୀ କରି ୟିରୁଶାଲମକୁ ନଇେ ଆସିବା ପାଇଁ ମୁଁ ଯାଉଥିଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ସେମାନଙ୍କଠାରୁ ମୁଁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି ଦାମାସ୍କସ୍ରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋର ଏହି କଥା ଯେ ସତ୍ୟ, ପ୍ରଧାନ ଯାଜକ ଓ ମହାସଭାର ସମସ୍ତେ ଏହାର ସାକ୍ଷୀ। ଏହି ଲୋକମାନଙ୍କୁ ବନ୍ଦୀ କରି ଓ ଜଞ୍ଜିରରେ ବାନ୍ଧି ଦଣ୍ଡିତ କରାଇବା ପାଇଁ ଯିରୂଶାଲମକୁ ଘେନି ଆସିବା ନିମନ୍ତେ ମୁଁ ପ୍ରଧାନ ଯାଜକଙ୍କଠାରୁ ପରିଚୟ ପତ୍ର ନେଇ ଦାମାସ୍କସ୍ରେ ଥିବା ଇହୁଦୀ ଭାଇମାନଙ୍କ ନିକଟକୁ ଗଲି।
Odia Bible ERV 2004 (ପବିତ୍ର ବାଇବଲ)
“ମହାଯାଜକ ଓ ପ୍ରାଚୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସେମାନଙ୍କଠାରୁ ଦମ୍ମେସକରେ ଥିବା ସେମାନଙ୍କର ଭାଇମାନଙ୍କ ପାଖକୁ ପତ୍ର ନେଇ ଯାଇଥିଲି। ସେଠାରେ ଥିବା ଯୀଶୁଙ୍କର ଶିଷ୍ୟମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିବା ପାଇଁ ମୁଁ ଯାଉଥିଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି।
Odia IRV 2017 (ଓଡିଆ ବାଇବେଲ)
ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେସକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಖರೆ ಮನನುಕ್ ಮುಖ್ಯ್ ಯಾಜಕ್ ಅನಿ ಜುದೆವಾಂಚ್ಯಾ ಜಾನ್ತ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾತ್ಲಿ ಲೊಕಾ ಸಗ್ಳಿ ಸಾಕ್ಷಿ ಹೊವ್ನ್ ಹಾತ್, ಎಗ್ದಾ ಹ್ಯಾ ಮುಂಖಡಾನಿ ಮಾಕಾ ಉಲ್ಲಿ ಚಿಟಿಯಾ ದಿಲ್ಯಾನಿ, ದಮಸ್ಕಾ ಮನ್ತಲ್ಯಾ ಶಾರಾತ್ಲ್ಯಾ ಜುದೆವಾಂಚ್ಯಾ ಭಾವಾಕ್ನಿ ತಿ ಸಗ್ಳ್ಯಿ ಚಿಟಿಯಾ ಲಿವಲ್ಲಿ ಹೊತ್ತಿ ಮಿಯಾ ಜೆಜುಚ್ಯಾ ಶಿಸಾಕ್ನಿ ಬಂಧಿಕರುನ್ ಶಿಕ್ಷಾ ದಿವ್ಕ್ ಸಾಟ್ನಿ ತೆಂಕಾ ಜೆರುಜಲೆಮಾಕ್ ವಡುನ್ ಘೆವ್ನ್ ಯೆವ್ಕ್ ಥೈ ಜಾವ್ಲಾಗಲೊ.