Acts 23:12 — Compare Translations

7 translations compared side by side

Odia - 1840
"ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦିନ ହୁଅନ୍ତେ, ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ଆପଣା ଆପଣାକୁ ଆବଦ୍ଧ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତହିଁ ଆରଦିନ ସକାଳେ କେତେକ ଇହୁଦୀ ଏକତ୍ର ହୋଇ ଗୋଟିଏ ଚକ୍ରାନ୍ତ କଲେ। ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଭୋଜନ ପାନ କରିବେ ନାହିଁ ବୋଲି ଶପଥ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲଙ୍କୁ ହତ୍ୟା କରିବା ପାଇଁ କେତେକ ଯିହୂଦୀଙ୍କ ଷଡ଼ଯନ୍ତ୍ର ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ନିଜ ନିଜକୁ ଆବଦ୍ଧ କଲେ।
Odia IRV 2017 (ଓଡିଆ ବାଇବେଲ)
ଦିନ ହୁଅନ୍ତେ ଯିହୂଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರ್ಯಾಂದಿಸಿ ಸಕ್ಕಾಳಿ ಜುದೆವಾಂಚ್ಯಾ ಥೊಡ್ಯಾ ಲೊಕಾನಿ ಪಾವ್ಲುಕ್ ವಿರೊದ್ ಗೊಳಾ ಹೊವ್ನ್ ಉಪಾಯ್ ಕರಲ್ಲ್ಯಾನಿ, ಅಮಿ ಪಾವ್ಲುಚೊ ಜಿವ್ ಕಾಡಿ ಪತರ್ ಅಮಿ ಕಾಯ್ಬಿ ಪಿನಾಂವ್, ಅನಿ ಕಾಯ್ಬಿ ಖಾಯ್ನಾಂವ್ ಮನುನ್ ಆನ್ ಕರುನ್ ಘೆಟ್ಲ್ಯಾನಿ.