Acts 23:3 — Compare Translations

7 translations compared side by side

Odia - 1840
"ପାଉଲ ହନାନିୟଙ୍କୁ କହିଲେ, ପରମେଶ୍ବର ତୁମ୍ଭକୁ ମଧ୍ଯ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ଯବସ୍ଥା ଅନୁଯାଯୀ ମାରେନ୍ଯାୟ କରିବା ପାଇଁ ବସିଛି, କିନ୍ତୁ ବ୍ଯବସ୍ଥା ବିରୁଦ୍ଧ ରେ ମାେତେ ଆଘାତ ଦବୋପାଇଁ ଆଦେଶ ଦେଉଛ। ଏହା ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ପାଉଲ ତାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ଵର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ବ୍ୟବସ୍ଥା ଅନୁସାରେ ମୋର ବିଚାର କରିବାକୁ ବସି ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ?
Odia BSI (ପବିତ୍ର ବାଇବଲ (CL) NT (BSI))
ପାଉଲ ତାହାଙ୍କୁ କହିଲେ, “ହେ ଚୂନ ବୋଳା ଧବଳ ପ୍ରାଚୀର, ପ୍ରଭୁ ନିଶ୍ଚୟ ତୁମକୁ ଆଘାତ କରିବେ। ଆଇନ ଅନୁଯାୟୀ ମୋର ବିଚାର କରିବାକୁ ତୁମେ ସେଠାରେ ବସିଛ, ଅଥଚ ମୋତେ ଆଘାତ କରିବା ପାଇଁ ଆଦେଶ ଦେଇ ତୁମେ ଆଇନ ଭଙ୍ଗ କରୁଛ!”
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ବର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ?
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ୱର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾ ಪಾವ್ಲುನ್ ದೆವ್ ತುಕಾಬಿ ಮಾರ್‍ತಾ! ತಿಯಾ ಚುನ್ನೊ ಲಾವಲ್ಲ್ಯಾ ಭಿತ್ತಿ ಸಾರ್ಕೊ ಹಾಸ್ ಕಶ್ಯಾಕ್ ಮಟ್ಲ್ಯಾರ್, ಮೊಯ್ಜೆಚ್ಯಾ ಖಾಯ್ದ್ಯಾಚ್ಯಾ ಸಾರ್ಕೆ ಝಡ್ತಿ ಕರುಕ್ ಬಸಲ್ಲೊ ತಿಯಾ ಮಾಕಾ ಮಾರಾ ಮನುನ್ ತೆಂಕಾ ಸಾಂಗುಲೈ ಕಾಯ್? ತಿಯಾ ಮೊಯ್ಜೆಚ್ಯಾ ಖಾಯ್ದ್ಯಾಕ್ನಿ ಮೊಡುಲೈಯ್! ಮಟ್ಲ್ಯಾನ್.