Acts 23:30 — Compare Translations

7 translations compared side by side

Odia - 1840
"ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ସମ୍ଵାଦ ଦିଆଯିବାରୁ ମୁଁ ଏହାକୁ ଅବିଳମ୍ଵରେ ଆପଣଙ୍କ ନିକଟକୁ ପ୍ରେରଣ କଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ଛାମୁରେ ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଜ୍ଞା ଦେଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପୁଣି ତା’ ବିରୁଦ୍ଧରେ ଏକ ଚକ୍ରାନ୍ତ ହୋଇଛି ବୋଲି ଖବର ପାଇ ସଙ୍ଗେ ସଙ୍ଗେ ତାକୁ ଆପଣଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କଲି। ତାହା ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଛି।”
Odia Bible ERV 2004 (ପବିତ୍ର ବାଇବଲ)
ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠାଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି।
Odia IRV 2017 (ଓଡିଆ ବାଇବେଲ)
ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠେଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಜುದೆವಾಂಚಿ ಥೊಡಿ ಲೊಕಾ ಪಾವ್ಲುಕ್ ಜಿವ್ ಕಾಡುಚೆ ಮನುನ್ ಯೆವ್ಜನ್ ಕರುಲಾಗಲೆ ಮಾಕಾ ಗೊತ್ತ್ ಹೊಲೆ, ತಸೆ ಹೊವ್ನ್, ಮಿಯಾ ತೆಕಾ ತುಜ್ಯಾ ಜಗ್ಗೊಳ್ ಧಾಡುನ್ ದಿಲಾ, ತೌವ್ಡೆಚ್ ನ್ಹಯ್ ತೆನಿ ಕರಲಿ ಚುಕಿಚಿ ಚಾಡಿಯಾ ತುಕಾ ಸಾಂಗುಕ್ ಸಾಂಗ್ತಲ್ಯಾ ಲೊಕಾಕ್ನಿ ಸಾಂಗ್ಲಾ.