Acts 24:14 — Compare Translations
7 translations compared side by side
Odia - 1840
"କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ 'ଦଳ' ବୋଲି କହନ୍ତି, ସହେି ମତାନୁଯାଯୀ ମୁଁ ମାରେ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ଉପାସନା କରେ। କିନ୍ତୁ ମାଶାଙ୍କେ ବ୍ଯବସ୍ଥା ଯାହା ସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହା ସବୁ ଲଖାେଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ବାସ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ଵରଙ୍କର ଉପାସନା କରିଥାଏ; ଯାହା ଯାହା ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀ ଶାସ୍ତ୍ରରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ଵାସ କରେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଅବଶ୍ୟ ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଛି ଯେ, ଯେଉଁ ମାର୍ଗକୁ ଅନୁସରଣ କରି ମୁଁ ଆମ ପୂର୍ବପୁରୁଷମାନଙ୍କ ଈଶ୍ୱରଙ୍କୁ ଆରାଧନା କରୁଛି। କିନ୍ତୁ ମୁଁ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ସମସ୍ତ ବିଷୟ ବିଶ୍ୱାସ କରେ।
Odia Bible ERV 2004 (ପବିତ୍ର ବାଇବଲ)
“କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ୱାସ କରେ;
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀଶାସ୍ତ୍ରରେ ଲିଖିତ ଅଛି, ସେହି ସବୁ ମୁଁ ବିଶ୍ୱାସ କରେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಮಿಯಾ ತುಕಾ ಸಾಂಗ್ತಲೆ ಕಾಯ್ ಮಟ್ಲ್ಯಾರ್, ಹೆನಿ ಮಾಕಾ ಧರ್ಮಾಕ್ ವಿರೊದ್ ಕರ್ತಲೊ ಮನುನ್ ಸಾಂಗ್ತಲ್ಲ್ಯಾ ವಾಟೆನ್ ಚಲ್ತಲೊ ಮಿಯಾ ಅಮ್ಚ್ಯಾ ಪುರ್ವಜ್ಯಾಂಚ್ಯಾ ದೆವಾಕ್ ಆರಾದನ್ ಕರ್ತಾ, ಖರೆ ಮೊಯ್ಜೆಚ್ಯಾ ಖಾಯ್ದ್ಯಾಂಚ್ಯಾ ಪುಸ್ತಕಾತ್ ಅನಿ ಪ್ರವಾದ್ಯಾಂಚ್ಯಾ ಪುಸ್ತಕಾತ್ನಿ ಲಿವಲ್ಲೆ ಹೊತ್ತ್ಯಾ ಹರ್ ಎಕಾಕ್ಬಿ ಮಿಯಾ ವಿಶ್ವಾಸ್ ಕರ್ತಾ.