Acts 25:24 — Compare Translations
7 translations compared side by side
Odia - 1840
"ତା'ପରେ ଫେଷ୍ଟ କହିଲେ, ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ଯକ୍ତି ବୃନ୍ଦ, ଏ ହେଉଛନ୍ତି ସହେି ଲୋକ, ଯାହାଙ୍କ ବିଷୟ ରେ ଉଭୟ ୟିରୂଶାଲମ ଓ ଏଠା ରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମାେ ନିକଟରେ ଚ଼ିତ୍କାର କରି ଆବଦନେ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନଯାଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଫେଷ୍ଟ କହିଲେ, ହେ ରାଜନ୍ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖୁଅଛନ୍ତି; ଏହା ବିରୁଦ୍ଧରେ ଯିରୂଶାଲମରେ ଓ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାʼର ଆଉ ବଞ୍ଚି ରହିବା ଉଚିତ ନୁହେଁ ବୋଲି ଚିତ୍କାର କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଫେଷ୍ଟସ୍ କହିଲେ, “ରାଜା ଆଗ୍ରୀପା ଓ ଉପସ୍ଥିତ ଭଦ୍ରମଣ୍ଡଳୀ, ଆପଣମାନେ ଏହି ଯେଉଁ ଲୋକକୁ ଦେଖୁଛନ୍ତି, ତାହା ବିରୁଦ୍ଧରେ ଏଠାକାର ଓ ଯିରୂଶାଲମରେ ଥିବା ଇହୁଦୀମାନେ ମୋ’ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ତା’ର ମୃତ୍ୟୁ ଦାବୀ କରି ଚିକ୍ରାର କରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଫେଷ୍ଟ କହିଲେ, “ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୁଶାଲମ ଓ ଏଠାରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମ ସହରରେ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ୍ ନୁହେଁ ବୋଲି ଚିତ୍କାର କଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମରେ ଏହି ସ୍ଥାନରେ ମଧ୍ୟ ଯିହୂଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ ନୁହେଁ ବୋଲି ଚିତ୍କାର କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಫೆಸ್ತಾನ್ ಅಶೆ ಮಟ್ಲ್ಯಾನ್: ರಾಜಾ ಅಗ್ರಿಪ್ಪ್, ಅನಿ ಹಿತ್ತೆ ಗೊಳಾ ಹೊವ್ನ್ ಯೆಲ್ಲ್ಯಾ ಸಗ್ಳ್ಯಾ ಲೊಕಾನು, ತುಮಿ ಬಗುಲಾಗಲ್ಲ್ಯಾ ಪಾವ್ಲುಚೆರ್ ಹಿತ್ತೆ ಹೊತ್ತ್ಯಾ ಜುದೆವಾಂಚ್ಯಾ ಲೊಕಾನಿ ಮಾಜ್ಯಾಕ್ಡೆ ಚಾಡಿ ಸಾಂಗುನ್, ಹೆಕಾ ಮರ್ನ್ನಾಚಿ ಶಿಕ್ಷಾ ಹೊಂವ್ದಿ ಮನುನ್ ದಾಂದಲ್ ಕರ್ಲ್ಯಾನಿ.