Acts 25:6 — Compare Translations
7 translations compared side by side
Odia - 1840
"ତା'ପରେ ଫେଷ୍ଟ ସମାନଙ୍କେ ସହିତ ଆଠ ଦଶଦିନ ରହି କାଇସରୀଆକୁ ଚ଼ାଲିଗଲେ। ତହିଁ ଆରଦିନ ସେ ବିଚ଼ାର ଆସନ ରେ ବସିଲେ, ଓ ପାଉଲଙ୍କୁ ଡ଼କାଇ ପଠାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିଆକୁ ବାହୁଡ଼ିଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଜ୍ଞା ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଫେଷ୍ଟସ୍ ସେମାନଙ୍କ ସହିତ ଆଠ ଦଶ ଦିନ ରହି ସିସେରିଆକୁ ଫେରିଲେ। ତହିଁ ଆର ଦିନ ସେ ବିଚାରାଳୟରେ ବସି ପାଉଲଙ୍କୁ ଆଣିବା ପାଇଁ ଆଦେଶ ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಫೆಸ್ತಾ ಅನಿಬಿ ಆಟಾಕ್ನಾ ಧಾ ದಿಸಾ ಪತರ್ ಜೆರುಜಲೆಮಾತುಚ್ ರಾವ್ನ್, ಮಾನಾ ತೊ ಸೆಜರೆಯಾಕ್ ಪರ್ತುನ್ ಗೆಲೊ, ದುಸ್ರೆಂದಿಸಿ ತೆನಿ ಪಾವ್ಲುಕ್ ಬಲ್ವುನ್ ಹಾನುನ್ ಅಪ್ನಾಚ್ಯಾ ಫಿಡ್ಯಾತ್ ಇಬೆಕರಾ ಮನುನ್ ಸೈನಿಕಾಕ್ನಿ ಸಾಂಗ್ಲಾನ್, ಅನಿ ತೊ ಝಡ್ತಿ ಕರ್ತಲ್ಯಾ ಸಿವಾಸನಾರ್ ಬಸುನ್ ಹೊತ್ತೊ.