Acts 26:10 — Compare Translations
7 translations compared side by side
Odia - 1840
"ଏ ଭଳି କରୁଥିବା ବେଳେ ମୁଁ ୟିରୂଶାଲମ ରେ ପରମେଶ୍ବରଙ୍କର ଅନକେ ଲୋକଙ୍କୁ ବନ୍ଦୀ କରି କାରାଗାର ରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତବେେଳେ ମୃତ୍ଯୁଦଣ୍ଡ ଦିଆଯାଉଥିଲା, ସେତବେେଳେ ମୁଁ ମଧ୍ଯ ଏହା ଠିକ୍ ବୋଲି ଭାବି ସେଥି ରେ ପୂର୍ଣ୍ଣ ସମ୍ମତ ହାଇେଥିଲି। ମୁଁ ପରମେଶ୍ବରଙ୍କର ଅନକେ ଲୋକମାନଙ୍କୁ ଧରି ଆଣି କାରାଗାର ରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାୟାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସମାନଙ୍କେୁ ସମାଜ ଗୃହ ସବୁ ରେ ଦଣ୍ତ ଦଇେଥିଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯିରୂଶାଲମରେ ମୁଁ ଏହା ମଧ୍ୟ କରଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ତ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,
Odia BSI (ପବିତ୍ର ବାଇବଲ (CL) NT (BSI))
ଯିରୂଶାଲମରେ ମୁଁ ସେପରି କଲି। ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ ଈଶ୍ୱରଙ୍କ ଭକ୍ତମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ନିକ୍ଷେପ କଲି ଓ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାବେଳେ ମୁଁ ତାହାର ସପକ୍ଷରେ ଥିଲି।
Odia Bible ERV 2004 (ପବିତ୍ର ବାଇବଲ)
ଏ ଭଳି କରୁଥିବା ବେଳେ ମୁଁ ଯିରୁଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମୁଁ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି। ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସେମାନଙ୍କୁ ସମାଜଗୃହ ସବୁରେ ଦଣ୍ତ ଦେଇଥିଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଯିରୂଶାଲମ ସହରରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,
Odia IRV 2017 (ଓଡିଆ ବାଇବେଲ)
ଆଉ, ଯିରୂଶାଲମରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆರುಜಲೆಮಾತ್ ದೆವಾಚ್ಯಾ ಲೊಕಾಕ್ನಿ ವಿರೊಧ್ ಹೊವ್ನ್ ಲೈ ಕಾಮಾ ಕರಲ್ಲೊ ಹ್ಯಾ ದೆವಾಚ್ಯಾ ಲೊಕಾಕ್ನಿ ಬಂದಿಖಾನ್ಯಾತ್ ಘಾಲುಕ್ ಮುಖ್ಯ್ ಯಾಜಕಾನಿ ಮಾಕಾ ಅಧಿಕಾರ್ ದಿಲ್ಯಾನಿ, ಜೆಜುಚ್ಯಾ ಸಿಸಾಕ್ನಿ ಜಿವಾನಿ ಮಾರಲ್ಲ್ಯಾ ತನ್ನಾ ಮಿಯಾ ತೆಕಾ ಒಪ್ಗಿ ದಿಲೊ.