Acts 26:14 — Compare Translations
7 translations compared side by side
Odia - 1840
"ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତବେେଳେ ମୁଁ ଏବ୍ରୀ ଭାଷା ରେ ଗୋଟିଏ ସ୍ବର ମାେତେ କହୁଥିବାର ଶୁଣିଲି, 'ଶାଉଲ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନ ରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।' ଯୀଶୁଙ୍କୁ ଦେଖିଥିବା ବିଷୟ ରେ ପାଉଲଙ୍କ ବର୍ଣ୍ଣନା"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋʼ ପ୍ରତି ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ ସମସ୍ତେ ଭୂମିଶାୟୀ ହେଲୁ ଏବଂ ହୀବ୍ରୁ ଭାଷାରେ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ତାଡ଼ନା କରୁଛ? ହଳ କରୁଥିବା ଚାଷୀର ପାଞ୍ଚଣ କଣ୍ଟା ମୁନରେ ଗୋଇଠା ମାରୁଥିବା ବଳଦ ପରି ତୁମେ ନିଜେ ଆହତ ହେବ।’
Odia Bible ERV 2004 (ପବିତ୍ର ବାଇବଲ)
ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତେବେଳେ ମୁଁ ଏବ୍ରୀ ଭାଷାରେ ଗୋଟିଏ ସ୍ୱର ମୋତେ କହୁଥିବାର ଶୁଣିଲି, ‘ଶାଉଲ, ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର।”
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋ, ପ୍ରତି ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಸಗ್ಳ್ಯೆ ಜಿಮ್ನಿ ವರ್ತಿ ಪಡ್ಲ್ಯಾಂವ್, ತನ್ನಾ ಎಕ್ ಧನ್ ಜುದೆವಾಂಚ್ಯಾ ಬಾಶೆತ್ ಅಮ್ಚ್ಯಾ ವಾಂಗ್ಡಾ ಸಾವ್ಲಾ, ಸಾವ್ಲಾ ತಿಯಾ ಕಶ್ಯಾಕ್ ಮಾಕಾ ತರಾಸ್ ದಿವ್ಲೈಯ್? ಕಾಟ್ಯಾಂಚ್ಯಾ ಖಾಟಿಕ್ ಲಾತ್ ಮಾರ್ತಲೆ ತುಕಾ ಲೈ ತರಾಸ್ ಮನುನ್ ಸಾಂಗಟ್ಲೆ ಆಯ್ಕ್ಲೊ.