Acts 26:20 — Compare Translations

7 translations compared side by side

Odia - 1840
"ମୁଁ ପ୍ରଥମେ ଦମ୍ମସକେ ନଗର ରେ, ପରେ ୟିରୂଶାଲମ ରେ ସମଗ୍ର ୟିହୂଦା ଓ ଅଣଯିହୂଦୀ ଦେଶମାନଙ୍କ ରେ ମଧ୍ଯ ପ୍ରଚ଼ାର କଲି। ମୁଁ ସମାନଙ୍କେୁ ଅନୁତାପ କରି ପରମେଶ୍ବରଙ୍କ ପାଖକୁ ଫରେିବା ପାଇଁ କହିଲି। ସମାନଙ୍କେ ହୃଦୟ ପରିବର୍ତ୍ତନ ପାଇଁ ଉଚ଼ିତ କାର୍ୟ୍ଯ କରିବା ପାଇଁ ମଧ୍ଯ କହିଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ପ୍ରଥମେ ଦାମାସ୍କସ୍ର ଓ ଯିରୂଶାଲମର ଲୋକମାନଙ୍କ ନିକଟରେ, ପରେ ଯିହୁଦା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି ବିଜାତିମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ ପରିବର୍ତ୍ତନ କରି ଈଶ୍ଵରଙ୍କ ପ୍ରତି ଫେରିଆସନ୍ତି ଓ ମନ ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ପ୍ରଥମେ ଦାମାସ୍କସ୍ ଓ ଯିରୂଶାଲମରେ ଓ ତା’ପରେ ସମଗ୍ର ଯିହୁଦା ପ୍ରଦେଶ ଓ ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କଲି, ଯେପରି ସେମାନେ ପାପ ନିମନ୍ତେ ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟକୁ ଫେରିବେ ଓ ସେମାନେ ଯେ ଅନୁତାପ କରିଛନ୍ତି, ତା’ କାର୍ଯ୍ୟରେ ଦେଖାଇବେ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ପ୍ରଥମେ ଦମ୍ମେସକ ନଗରରେ, ପରେ ଯିରୁଶାଲମରେ ସମଗ୍ର ଯିହୂଦା ଓ ଅଣଯିହୂଦୀ ଦେଶମାନଙ୍କରେ ମଧ୍ୟ ପ୍ରଗ୍ଭର କଲି। ମୁଁ ସେମାନଙ୍କୁ ଅନୁତାପ କରି ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ କହିଲି। ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଉଚିତ୍ କାର୍ଯ୍ୟ କରିବା ପାଇଁ ମଧ୍ୟ କହିଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପ୍ରଥମେ ଦମ୍ମେଶକର ଓ ଯିରୂଶାଲମ ସହରର ଲୋକମାନଙ୍କ ନିକଟରେ, ପରେ ଯିହୂଦିୟା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି, ଅଣଯିହୁଦୀମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ-ପରିବର୍ତ୍ତନ କରି ଈଶ୍ବରଙ୍କ ପ୍ରତି ଫେରିଆସନ୍ତି ଓ ମନ-ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ପ୍ରଥମେ ଦମ୍ମେସକର ଓ ଯିରୂଶାଲମର ଲୋକମାନଙ୍କ ନିକଟରେ, ପରେ ଯିହୂଦା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି, ଅଣଯିହୂଦୀମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ ପରିବର୍ତ୍ତନ କରି ଈଶ୍ୱରଙ୍କ ପ୍ରତି ଫେରିଆସନ୍ତି ଓ ମନପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅದ್ದಿ ಜರುಜಲೆಮಾತ್ ಅನಿ ಯುದಾಯಾತ್ ಮಿಯಾ ಲೊಕಾಕ್ನಿ ಸಾಂಗ್ಲೊ, ತುಮ್ಚ್ಯಾ ಪಾಪಾಚಿ ಪಶ್ಚಾತಾಪ್ ಪಡುನ್ ದೆವಾಚ್ಯಾ ಜಗ್ಗೊಳ್ ಪರ್ತಾ ಮನುನ್ ತೆಂಕಾ ಹೊತಲ್ಯಾ ಮಾನಾ ಯೊಗ್ಯ್ ಕಾಮಾಕ್ನಿ ಕರುನ್ ತೆಜಾ ವೈನಾ ದಾಕ್ವುಚೆ ಮನುನ್ ಸಾಂಗ್ಲೊ, ಅದ್ದಿ ಮಿಯಾ ದಮಸ್ಕಾ ಮನ್ತಲ್ಯಾ ಶಾರಾಕ್ ಮಾನಾ ಜೆರುಜಲೆಮಾಕ್ ಜುದೆಯಾಂಚ್ಯಾ ಹರ್ ಎಕ್ ಭಾಗಾಕ್ ಜಾವ್ನ್ ಥೈ ರ್‍ಹಾತಲ್ಯಾ ಲೊಕಾಕ್ನಿ ಸಂಗ್ತಿಯಾ ಕಳ್ವುಲೊ, ಅನಿ ಜುದೆವ್ ನಸಲ್ಲ್ಯಾ ಲೊಕಾಂಚ್ಯಾ ಜಗೊಳ್‍ಬಿ ಗೆಲೊ.