Acts 26:29 — Compare Translations
7 translations compared side by side
Odia - 1840
"ପାଉଲ ଉତ୍ତର ଦେଲେ, ପରମେଶ୍ବର କରନ୍ତୁ, ଶୀଘ୍ର ବା ବିଳମ୍ବ ରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମାେ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମାେ ପରି ହୁଅନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାଉଲ ଉତ୍ତର ଦେଲେ, “ଅଳ୍ପ ସମୟ ହେଉ, ଅବା ବହୁତ ସମୟ ହେଉ, ଈଶ୍ୱରଙ୍କଠାରେ ମୋର ଏତିକି ପ୍ରାର୍ଥନା, ଆପଣ ଓ ଆଜି ମୋର କଥା ଶୁଣିଥବା ସମସ୍ତେ ମୋ’ ପରି ହୁଅନ୍ତୁ - ଅବଶ୍ୟ ଏହିପରି ଶିକୁଳିରେ ବନ୍ଧା ହୁଅନ୍ତୁ ବୋଲି ମୁଁ କହୁନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ଉତ୍ତର ଦେଲେ, “ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ’ ପରି ହୁଅନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋହର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛି।
Odia IRV 2017 (ଓଡିଆ ବାଇବେଲ)
ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪಾವ್ಲುನ್, “ಸರಳ್ ಕಿ ಕಸ್ಟ್ ಕಿ ತೆ ಮಾಕಾ ಮುಖ್ಯ್ ನ್ಹಯ್ ತಿಯಾ ಎಕುಚ್ ನ್ಹಯ್, ಆಜ್ ಮಿಯಾ ಸಾಂಗಲ್ಲೆ ಆಯ್ಕುನ್ ಘೆಟಲ್ಲೊ ಹರಿಎಕ್ಲೊ ರಾಕನ್ ಹೊವ್ಚೆ ಅನಿ ಮಾಜ್ಯಾ ಸಾರ್ಕೆ ಹೊವ್ಚೆ ಮನುನ್ ಮಿಯಾ ದೆವಾಚ್ಯಾ ಜಗ್ಗೊಳ್ ಮಾಗ್ನಿ ಕರ್ತಾ, ಹೊಲ್ಯಾರ್ ಹ್ಯೊ ಅನ್ಮಾನ್ ತುಕಾ ನಕ್ಕೊ!” ಮನುನ್ ಸಾಂಗ್ಲ್ಯಾನ್.