Acts 26:3 — Compare Translations
7 translations compared side by side
Odia - 1840
"ଏକଥା ସତ୍ଯ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସମାନେେ ୟୁକ୍ତି କରୁଥିବା ବିଷୟ ରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମାରେ କଥା ର୍ଧୈୟ୍ଯ ସହକା ରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁ ରୋଧ କରୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ଵନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋର କଥା ଶ୍ରବଣ କରିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ଇହୁଦୀମାନଙ୍କ ରୀତିନୀତି ଓ ମତାମତ ସମ୍ବନ୍ଧରେ ଆପଣ ଭଲ ରୂପେ ଜାଣନ୍ତି। ଅନୁରୋଧ କରୁଛି, ଆପଣ ଧୈର୍ଯ୍ୟ ସହକାରେ ମୋ’ କଥା ଶୁଣନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ଏ କଥା ସତ୍ୟ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି।
Odia IRV 2017 (ଓଡିଆ ବାଇବେଲ)
ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ತುಮ್ಚ್ಯಾ ವಾಂಗ್ಡಾ ಬೊಲುಕ್ ಲೈ ಕುಶಿ ಹೊತಾ, ಕಶ್ಯಾಕ್ ಮಟ್ಲ್ಯಾರ್, ಜುದೆವಾಂಚ್ಯಾ ಸಗ್ಳ್ಯಾ ಪದ್ದತಿಯಾ ಅನಿ ಜುದೆವಾಂಚಿ ಲೊಕಾ ವಾದ್ ಕರ್ತಲ್ಯಾಚ್ಯಾ ವಿಶಯಾತ್ ತುಕಾ ಬರೆ ಕರುನ್ ಗೊತ್ತ್ ಹಾಯ್, ತೆಚೆಸಾಟ್ನಿ ಮಾಜ್ಯಾ ಗೊಸ್ಟಿಯಾ ಸಗ್ಳಿ ತಾಳ್ಮೆನ್ ಆಯ್ಕಾ.