Acts 27:12 — Compare Translations

7 translations compared side by side

Odia - 1840
"ସହେି ବନ୍ଦରଟି ଶୀତ କଟଇବୋ ପାଇଁ ଅନୁପୟୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୋନୀକ୍ ରେ ପହଞ୍ଚିବା ଆଶା ରେ ସଠାେରେ ଆମ୍ଭ ସହିତ ୟିବା ପାଇଁ ଓ ଶୀତଋତୁ କଟଇବୋ ପାଇଁ ପରାମର୍ଶ ଦେଲେ। ଫୋନୀକ୍ସ୍ କ୍ରୀତି ଉପଦ୍ବୀପର ଗୋଟିଏ ନଗର। ଫୋନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନୀକ୍‍ସ୍‍ରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନୀକ୍‍ସ୍‍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ ଅଭିମୁଖୀ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶୀତ ଦିନ କଟାଇବା ପାଇଁ ବନ୍ଦରଟି ସୁବିଧାଜନକ ନ ଥିଲା, ଏଣୁ ଯାତ୍ରୀମାନଙ୍କ ମଧ୍ୟରୁ ଅନେକେ ସମୁଦ୍ର ଯାତ୍ରା କରି ଯଦି ସମ୍ଭବ ହୁଏ, ଫୀନିକ୍ସ୍ରେ ଶୀତ କାଳ କଟାଇବା ସପକ୍ଷରେ ଥିଲେ। ଫୀନିକ୍ସ୍ ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ମୁହଁ କରି ରହିଥିବା କ୍ରୀଟର ଗୋଟିଏ ବନ୍ଦର।
Odia Bible ERV 2004 (ପବିତ୍ର ବାଇବଲ)
ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀ‌କ୍‌‌ସ୍‌ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀ‌କ୍‌ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀ‌କ୍‌ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ସହରରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣ-ପୂର୍ବ ଅଭିମୁଖୀ।
Odia IRV 2017 (ଓଡିଆ ବାଇବେଲ)
ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ ଅଭିମୁଖୀ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೈ ಲೊಕಾನಿ ಥಂಡೆಚಿ ದಿಸಾ ಕಳ್ದುಕ್ ಫೆಲಿಕ್ಸಾಕ್ ಜಾವ್ನ್ ಪಾವ್ಚೆ ಮನುನ್ ಕಟ್ಪಟ್ಲ್ಯಾನಿ,ಫೆಲಿಕ್ಸಾಮನ್ತಲೊ ಢೊನ್ ಇಬೆರಾತಲೊ ಜಾಗೊ ಕ್ರೆಟ್ ದ್ವಿಪಾತ್ ಹೊತ್ತೊ, ತೊ ತ್ಯಾ ಎಳಾರ್ ಢೊನ್ ಚಾಲ್ವುಕ್ ವಾರೊ ಮಾರ್‍ತಲ್ಯಾ ದಿಕ್ಕಾಕ್ಡೆ ತೊಂಡ್ ಕರುನ್ ಹೊತ್ತೊ.