Acts 27:40 — Compare Translations
7 translations compared side by side
Odia - 1840
"ସମାନେେ ଲଙ୍ଗରଗୁଡ଼ିକ କାଟି ସମୁଦ୍ର ରେ ଫିଙ୍ଗି ଦେଲେ। ସମାନେେ ମଙ୍ଗର ଦଉଡ଼ି ଫିଟଇେ ପବନ ରେ ସାମନା ପାଲଟି ଉଠାଇଲେ। ତା'ପରେ ସମାନେେ ବାଲିତଟ ଆଡ଼କୁ ଯାତ୍ରା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ିଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦୌଡ଼ିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ଲଙ୍ଗର୍ ଦଉଡ଼ି ସବୁ କାଟି ଦେଇ ସେଗୁଡ଼ିକୁ ସମୁଦ୍ର ତଳେ ପୋତି ହୋଇଯିବା ପାଇଁ ଛାଡ଼ିଦେଲେ। ପୁଣି ମଙ୍ଗର୍ ଦଉଡ଼ିଗୁଡ଼ିକୁ ଫିଟାଇ ଦେଇ ସାମନାରେ ବନ୍ଧା ହୋଇଥିବା ପାଲଟିକୁ ଉଠାଇଲେ। ଫଳରେ ପବନରେ ଠେଲି ହୋଇ ଜାହାଜ କୂଳ ଆଡ଼କୁ ଗତି କଲା।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା’ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ିଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦଉଡିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ି ଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦୌଡ଼ିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್, ತೆನಿ ಢೊನಾಚಿ ದಿಕ್ಕಾ ಬದಲ್ತಲ್ಯಾ ಗೊಕ್ಕ್ಯಾಕ್ ಧರುನ್ ಘೆಟಲ್ಲ್ಯಾ ಧೊರ್ಯಾಕ್ನಿ ಕಾಪುನ್ ಟಾಕ್ಲ್ಯಾನಿ ಅನಿ ಫಿಡ್ಲ್ಯಾ ಭಾಜುಚ್ಯಾ ಢೊನಾಕ್ ಭಾಂದಲ್ಲಿ ಫಾಳಿ ಉಕ್ಲುಕ್ ವಾರ್ಯ್ಯಾಕ್ ಬಾಂದುನ್ ದಂಡೆಕ್ಡೆ ಜಾವ್ಕ್ ಲಾಗ್ಲ್ಯಾಂವ್.