Acts 27:7 — Compare Translations

7 translations compared side by side

Odia - 1840
"ଆମ୍ଭମାନେେ କିଛି ଦିନ ଧୀ ରେ ଧୀ ରେ ଯାତ୍ରା କଲୁ। ଶଷେ ରେ ବହୁତ ଅସୁବିଧା ରେ ସମ୍ମୁଖୀନ ହାଇେ କ୍ଲିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ବୀପ ଉପକୂଳ ଦଇେ ଯାତ୍ରା କଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଅନେକ ଦିନ ପର୍ଯ୍ୟନ୍ତ ଧୀରେ ଧୀରେ ଯାଇ କଷ୍ଟରେ କ୍ନିଦର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବା ପାଇଁ ଛାଡ଼ି ନ ଦେବାରୁ ସାଲ୍ମୋନୀର ସମ୍ମୁଖ ଦେଇ କ୍ରୀତୀର ଉହାଡ଼େ ଉହାଡ଼େ ଯାତ୍ରା କଲୁ,
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାତ୍ରା କରି ବହୁ କଷ୍ଟେ କ୍ନୀଦ ସହର ପାଖରେ ପହଞ୍ଚିଲୁ। ପ୍ରତିକୂଳ ପବନ ହେତୁ ଆମେ ସେହି ଦିଗରେ ଆଉ ଆଗେଇ ପାରିଲୁ ନାହିଁ, ତେଣୁ କ୍ରଟ ଦ୍ୱୀପର ଦକ୍ଷିଣ ପାଶ୍ୱର୍ର ଆଢ଼ୁଆଳ ଅଞ୍ଚଳ ଦେଇ ଯାତ୍ରା କରି ସାଲମୋନୀ ଅନ୍ତରୀପ ଅତିକ୍ରମ କଲୁ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋ‌ର୍‌‌ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦ ସହରର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ବିପରୀତ, କ୍ରୀତୀ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,
Odia IRV 2017 (ଓଡିଆ ବାଇବେଲ)
ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ସମ୍ମୁଖ ଦେଇ କ୍ରୀତୀର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಲೈ ದಿಸಾಂಚ್ಯಾ ಪತರ್ ಸಾವ್ಕಾಸ್ ಢೊನಿತ್ನಾ ಜಾಯ್ತ್ ಹೊತ್ತಾಂವ್ ಅಮಿ ಸ್ನಿಡ್ ಮನ್ತಲ್ಯಾ ಶಾರಾಕ್ ಲೈ ತರಾಸಾನ್ ಪಾವ್ತಲೆ ಹೊಲೆ,ತನ್ನಾ ವಾರ್‍ಯಾನ್ ಅಮ್ಕಾ ಅಡ್ಕಳ್ ಕರ್ಲ್ಲ್ಯಾನ್, ತಸೆ ಹೊವ್ನ್, ಅಮಿ ಕ್ರೆಟ್ ದ್ಪಿಪಾಚ್ಯಾ ಜಗ್ಗೊಳ್ನಾ ಸಾಲ್ಮೊನೆತ್ನಾ ಪಾರ್ ಹೊವ್ನ್ ಗೆಲಾಂವ್.