Acts 27:9 — Compare Translations
7 translations compared side by side
Odia - 1840
"ଏହିପରି ବହୁତ ସମୟ ବିତିଗଲା। ସେତବେେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହାଇେ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହାଇେ ଆସୁଥିଲା। ତେଣୁ ପାଉଲ ସମାନଙ୍କେୁ ସାବଧାନ କରଇେ କହିଲେ, ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି ଜଳଯାତ୍ରା ବର୍ତ୍ତମାନ ସଙ୍କଟଜନକ ହୋଇପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ଗତ ହୋଇଥିଲା । ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ ସେଠାରେ ଅନେକ ଦିନ ରହିଲୁ। ଇହୁଦୀମାନଙ୍କର ପ୍ରାୟଶ୍ଚିତ୍ତ ପର୍ବ ଶେଷ ହୋଇଯାଇଥିବାରୁ, ସେହି ସମୟରେ ସମୁଦ୍ର ଯାତ୍ରା ବିପଜ୍ଜନକ ହେଲା। ତେଣୁ ପାଉଲ ସେମାନଙ୍କୁ ଏହି ଉପଦେଶ ଦେଲେ:
Odia Bible ERV 2004 (ପବିତ୍ର ବାଇବଲ)
ଏହିପରି ବହୁତ ସମୟ ବିତିଗଲା। ସେତେବେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହୋଇ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ତେଣୁ ପାଉଲ ସେମାନଙ୍କୁ ସାବଧାନ କରେଇ କହିଲେ, “ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା। ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ,
Odia IRV 2017 (ଓଡିଆ ବାଇବେଲ)
ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା । ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅಮಿ ಲೈ ಎಳ್ ಕಳ್ದುನ್ ಘೆಟ್ಲ್ಯಾಂವ್, ಅತ್ತಾ ಅಮಿ ಢೊನಿತ್ನಾ ಜಾತಲೆ ಅಪಾಯ್ ಹೊಲ್ಲೆ, ಕಶ್ಯಾಕ್ ಮಟ್ಲ್ಯಾರ್, ಜುದೆವಾಂಚೊ ಉಪಾಸ್ ಕರ್ತಲೊ ವೆಳ್ ಕಳ್ದುನ್ ಗೆಲ್ಲೊ.