Acts 28:17 — Compare Translations
7 translations compared side by side
Odia - 1840
"ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡ଼କାଇଲେ। ସମାନେେ ଏକତ୍ରୀତ ହେଲା ପରେ ସେ ସମାନଙ୍କେୁ କହିଲେ, ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ ବା ଆମ୍ଭ ପୂର୍ବପୁରୁଷ ମାନଙ୍କ ପରମ୍ପରା ବିରୁଦ୍ଧ ରେ କିଛି କରି ନଥିଲି, ତଥାପି ମାେତେ ୟିରୂଶାଲମ ରେ ବନ୍ଦୀ କରି ରୋମୀୟମାନଙ୍କ ପାଖ ରେ ସମର୍ପିତ କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତିନି ଦିନ ପରେ ସେ ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ, ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ଵଜାତି ବିରୁଦ୍ଧରେ କିମ୍ଵା ଆମ୍ଭମାନଙ୍କ ପିତୃପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମରୁ ବନ୍ଦୀ ରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତିନିଦିନ ପରେ ପାଉଲ ସ୍ଥାନୀୟ ଇହୁଦୀ ନେତାମାନଙ୍କୁ ଏକ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ। ସେମାନେ ଏକତ୍ରିତ ହେବାକୁ ପାଉଲ ସେମାନଙ୍କୁ କହିଲେ: “ଇଶ୍ରାଏଲୀୟ ଭାଇମାନେ, ଆମ ଲୋକମାନଙ୍କ ବିରୁଦ୍ଧରେ କିମ୍ବା ଆମ ପିତୃପୁରୁଷମାନଙ୍କଠାରୁ ଆମେ ପାଇଥିôବା ରୀତିନୀତି ବିରୁଦ୍ଧରେ ମୁଁ କିଛି କରି ନ ଥିଲେ ସୁଦ୍ଧା, ଯିରୂଶାଲମରେ ମୁଁ ବନ୍ଦୀ ହୋଇ ରୋମୀୟମାନଙ୍କ ହାତରେ ସମର୍ପିତ ହୋଇଛି।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡକାଇଲେ। ସେମାନେ ଏକତ୍ରିତ ହେଲା ପରେ ସେ ସେମାନଙ୍କୁ କହିଲେ, “ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୁଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତିନି ଦିନ ପରେ ସେ ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମ ସହରରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି।
Odia IRV 2017 (ଓଡିଆ ବାଇବେଲ)
ତିନି ଦିନ ପରେ ସେ ଯିହୂଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿನ್ ದಿಸಾ ಕಳದ್ಲ್ಯಾ ಮಾನಾ ಪಾವ್ಲುನ್ ಜುದೆವಾಂಚ್ಯಾ ಪ್ರಮುಖ್ ಮಾನ್ಸಾಕ್ನಿ ಬಲ್ವುಕ್ ಲಾವ್ಲ್ಯಾನ್, ತೆನಿ ಗೊಳಾ ಹೊವ್ನ್ ಯೆಲ್ಲ್ಯಾ ತನ್ನಾ ಪಾವ್ಲುನ್ ತೆಂಕಾ, ಮಾಜ್ಯಾ ವಾಂಗ್ಡಿ ಇಸ್ರಾಯೆಲ್ ಭಾವಾನು, ಅಮ್ಚ್ಯಾ ಲೊಕಾಕ್ನಿ ಬಿ ನಾ ತರ್ ಅಮ್ಚ್ಯಾ ಪುರ್ವಜಾಂಚ್ಯಾ ಅಮ್ಕಾ ದಿಲ್ಲ್ಯಾ ಪದ್ದತಿಯಾಕ್ನಿ ವಿರೊಧ್ ಹೊವ್ನ್ ಮಿಯಾ ಕಾಯ್ಬಿ ಕರುಕ್ನಾ ಖರೆ ಮಾಕಾ ಜೆರುಜಲೆಮಾತ್ ಎಕ್ ಚೊರಾಸಾರ್ಕೆ ಧರುನ್ ರೊಮಾತ್ಲ್ಯಾ ಲೊಕಾಕ್ನಿ ಒಪ್ಸುನ್ ಹೊಲಾ.