Acts 7:10 — Compare Translations

7 translations compared side by side

Odia - 1840
"ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତାଙ୍କ ସମସ୍ତ କ୍ଳେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ଵରୂପେ ନିଯୁକ୍ତ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଈଶ୍ୱର ଯୋସେଫଙ୍କ ସହିତ ଥିଲେ ଓ ସମସ୍ତ ଦୁଃଖକଷ୍ଟ ମଧ୍ୟରେ ତାଙ୍କୁ କଢ଼ାଇ ଆଣିଲେ। ଯେତେବେଳେ ଯୋସେଫ ମିସରର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ଈଶ୍ୱର ତାଙ୍କୁ ପ୍ରୀତିକର ଆଚରଣ ଓ ଜ୍ଞାନ ପ୍ରଦାନ କଲେ ଏବଂ ରାଜା ଯୋସେଫଙ୍କୁ ଦେଶର ଶାସକ ଓ ରାଜପ୍ରାସାଦର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତାହାଙ୍କ ସମସ୍ତ କ୍ଲେଶରୁ ତାହାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତାଙ୍କ ସମସ୍ତ କ୍ଲେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ଦେଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾ ಯೆಲ್ಲ್ಯಾ ತರಾಸಾಂತ್ನಾ ದೆವಾನ್ ಸೊಡ್ವುಲ್ಯಾನ್, ಇಜಿಪ್ತ್ ದೆಶಾತ್ ಫೆರೊಹ್ ರಾಜಾಕ್ನಾ ದಯಾ ಗಾಯ್ ಸಾರ್ಕೊ ಹೊಲೆ, ಅನಿ ತೆಕಾ ರಾಜಾನ್ ಇಜಿಪ್ತ್,ಅನಿ ಅಪ್ಲ್ಯಾ ಸಗ್ಳ್ಯಾ ಲೊಕಾಕ್ನಿ ಅದಿಪತಿ ಕರ್‍ಲ್ಯಾನ್.