Acts 7:34 — Compare Translations
7 translations compared side by side
Odia - 1840
"ମୁଁ ମିଶର ଦେଶ ରେ ମାେ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ଯବହାର ଦେଖିଛି। ମୁଁ ସମାନଙ୍କେର କ୍ରନ୍ଦନ ଶୁଣିଲି। ମୁଁ ସମାନଙ୍କେୁ ମୁକ୍ତି ଦବୋପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମିସରରେ ଆମ୍ଭର ଯେଉଁ ଲୋକମାନେ ଅଛନ୍ତି, ଆମ୍ଭେ ସେମାନଙ୍କର କ୍ଳେଶ ନିଶ୍ଚୟ ଦେଖିଅଛୁ ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛୁ, ପୁଣି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଅବତରଣ କରିଅଛୁ; ଆଉ ଏବେ ଆସ, ଆମ୍ଭେ ତୁମ୍ଭକୁ ମିସରକୁ ପ୍ରେରଣ କରିବା ।
Odia BSI (ପବିତ୍ର ବାଇବଲ (CL) NT (BSI))
ମିସରରେ ମୁଁ ମୋର ଲୋକମାନଙ୍କର ମର୍ମନ୍ତୁଦ ଦୁଃଖଭୋଗ ଦେଖିଛି। ମୁଁ ସେମାନଙ୍କର ଆର୍ତ୍ତନାଦ ଶୁଣିଛି ଓ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିବାକୁ ଓହ୍ଲାଇ ଆସିଛି। ବର୍ତ୍ତମାନ ଆସ, ମୁଁ ତୁମକୁ ମିସରକୁ ପଠାଇବି।’
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମିସରରେ ମୋହର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି।
Odia IRV 2017 (ଓଡିଆ ବାଇବେଲ)
ମିସରରେ ମୋର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಇಜಿಪ್ತಾತ್ ಮಾಜಿ ಲೊಕಾ ಲೈ ತರಾಸ್ ಕರುನ್ ಘೆವ್ಕ್ ಲಾಗಲೆ ಮಿಯಾ ಬಗಟ್ಲಾ ಅನಿ ತೆಂಚೊ ವಿಳಾಪ್ ಮಿಯಾ ಆಯ್ಕ್ಲಾ, ತೆಂಕಾ ಸುಟ್ಕಾ ದಿವ್ಕ್ ಮನುನ್ ಮಿಯಾ ಉತ್ರುನ್ ಯೆಲಾ, ಮೊಯ್ಜೆ ಅತ್ತಾ ಮಿಯಾ ತುಕಾ ಇಜಿಪ್ತಾಕ್ ಧಾಡುನ್ ದಿತಾ” ಮನುನ್ ಸಾಂಗ್ಲ್ಯಾನ್.