Acts 7:35 — Compare Translations
7 translations compared side by side
Odia - 1840
" ଯେଉଁ ମାଶାଙ୍କେୁ ସମାନେେ ଅବଜ୍ଞା କରି କହିଥିଲେ, 'କିଏ ତୁମ୍ଭକୁ ଶାସକ ଓ ବିଚ଼ାରକ କଲା?' ସହେି ମାଶାଙ୍କେୁ ହିଁ ବର୍ତ୍ତମାନ ପରମେଶ୍ବର ସମାନଙ୍କେର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ବର୍ଗଦୂତ ମାଶାଙ୍କେୁ ବୁଦା ଭିତ ରେ ଦର୍ଶନ ଦଇେଥିଲେ ସହେି ସ୍ବର୍ଗଦୂତଙ୍କ ସାହାୟ୍ଯ ରେ ପରମେଶ୍ପ ମାଶାଙ୍କେୁ ପଠାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ଵରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାଙ୍କୁ ଈଶ୍ଵର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ମୋଶା ଇଶ୍ରାୟେଲୀୟମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିଲେ। ସେମାନେ ପଚାରିଲେ, ‘ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କଲା?’ କିନ୍ତୁ ଈଶ୍ୱର ସେହି ମୋଶାଙ୍କୁ ଜ୍ୱଳନ୍ତ ବୁଦା ନିକଟରେ ଦର୍ଶନ ଦେଇଥିବା ଦୂତଙ୍କ ସାହାଯ୍ୟରେ ଲୋକମାନଙ୍କ ଉପରେ ଶାସନ କରିବାକୁ ଓ ସେମାନଙ୍କୁ ମୁକ୍ତ କରିବା ପାଇଁ ପଠାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
“ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ବର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ।
Odia IRV 2017 (ଓଡିଆ ବାଇବେଲ)
କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ୱର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಆಗಿನ್ ಜಳುಕ್ಲಾಗಲ್ಯಾ ಝಿಳಿತ್ ಮೊಯ್ಜೆನ್ ದೆವ್ ದುತಾಕ್ ಬಗಲ್ಯಾನ್, ದೆವಾನ್ ತ್ಯಾ ದುತಾಕ್ನಾಚ್ ಮೊಯ್ಜೆಕ್ ಇಸ್ರಾಯೆಲ್ ಲೊಕಾಕ್ನಿ ಸುಟ್ಕಾ ಕರ್ತಲೊ ಅನಿ ಅದಿಪತಿ ಕರುನ್ ಧಾಡಲೆ, ಖರೆ ತ್ಯಾ ಲೊಕಾನಿ ತೆಕಾ ಅಮ್ಚೊ ಮುಖಂಡ್ ಅನಿ ಝಡ್ತಿ ಕರ್ತಲೊ ಮನುನ್ ತುಕಾ ಕೊನಿತರಿ ಸಾಂಗ್ಲಾತ್ ಕಾಯ್? ಮನುನ್ ಇಚಾರ್ಲ್ಯಾನಿ.