Acts 7:42 — Compare Translations
7 translations compared side by side
Odia - 1840
"କିନ୍ତୁ ପରମେଶ୍ବର ସମାନଙ୍କେଠାରୁ ବିମୁଖ ହେଲେ। ସେ ସମାନଙ୍କେୁ ଆକାଶସ୍ଥ ଭଣ୍ଡ ଦବେତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ। ଏହି ବିଷୟ ରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲଖାେଅଛି,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଈଶ୍ଵର ବିମୁଖ ହୋଇ ସେମାନଙ୍କୁ ଆକାଶ-ବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି, ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ, ତୁମ୍ଭେମାନେ କʼଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
Odia BSI (ପବିତ୍ର ବାଇବଲ (CL) NT (BSI))
ଫଳରେ ପ୍ରଭୁ ସେମାନଙ୍କ ପ୍ରତି ବିମୁଖ ହେଲେ ଓ ସେମାନଙ୍କୁ ଆକାଶର ତାରାମାନଙ୍କୁ ପୂଜା କରିବାକୁ ଛାଡ଼ି ଦେଲେ। ଏ ସମ୍ପର୍କରେ ଭାବବାଦୀଙ୍କ ପୁସ୍ତକରେ ଉଲ୍ଲେଖ ଅଛି: ‘ହେ ଇଶ୍ରାୟେଲ ବଂଶ! ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ପାଇଁ ପଶୁବଳି ଓ ହୋମବଳି ଉତ୍ସର୍ଗ କରି ନ ଥିଲ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ। ସେ ସେମାନଙ୍କୁ ଆକାଶସ୍ଥ ଭଣ୍ଡ ଦେବତାମାନଙ୍କର ପୂଜା କରିବା ପାଇଁ ଛାଡ଼ି ଦେଲେ। ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି, ‘ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ, ମୋ’ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରି ନାହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଈଶ୍ବର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖାଅଛି, “‘ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଈଶ୍ୱର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି, ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ದೆವಾನ್ ತೆಂಕಾ ವಿರೊಧ್ ಹೊವ್ನ್ ಮಳ್ಬಾತ್ಲೊ ದಿಸ್, ಚಂದ್ರಾಮ್ ಅನಿ ಚುಕ್ಕಿಯಾಕ್ನಿ ಫುಜ್ಯಾ ಕರುಕ್ ಸೊಡುನ್ ದಿಲ್ಯಾನ್, ಹೆಚ್ಯಾ ವಿಶಯಾತ್ ಪ್ರವಾದ್ಯಾಂಚ್ಯಾ ಪುಸ್ತಕಾತ್ ಅಶೆ ಲಿವಲ್ಲೆ ಹಾಯ್: ದೆವ್ ಅಸೊ ಮನ್ತಾ, ತುಮಿ ಜುದೆವಾಂಚ್ಯಾ ಲೊಕಾನಿ, ಭಜನ್ ಕರುಚೆ ಮನುನ್ ಚಾಳಿಸ್ ವರ್ಸಾ ಡಂಗ್ಳಿತ್ ರಾತಾನಾ ಮಾಕಾ ಜನಾವರಾಂಚಿ ಬಲಿ ಭೆಟ್ವುಲ್ಯಾಸಿ ಕಾಯ್?