Acts 7:43 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ତୁମ୍ଭମାନଙ୍କ ସହିତ ମାେଲଖର ତମ୍ବୁ ଏବଂ ନକ୍ଷତ୍ର ଦବେତା ରମ୍ପାର ମୂର୍ତ୍ତିକୁ ମଧ୍ଯ ବୋହି ନଇଯାେଇଥିଲ। ଏଗୁଡ଼ିକୁ ତୁମ୍ଭମାନେେ ପୂଜା କରିବାପାଇଁ ତିଆରି କରିଥିଲ। ତେଣୁ ମୁଁ ମଧ୍ଯ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦବେି।' ଆମାଷେ 5:25-27"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବରଂ ତୁମ୍ଭେମାନେ ପୂଜା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ାକ ଗଢ଼ିଥିଲ, ସେହି ମୋଲଖର ତମ୍ଵୁ ଓ ରମ୍ପା ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ । ଏଣୁ ଆମ୍ଭେ ତୁମ୍ଭମାନଙ୍କୁ ବାବିଲର ଆର ପାଖକୁ ନିର୍ବାସିତ କରିବା ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ତୁମ୍ଭେମାନେ ପୂଜା କରିବା ପାଇଁ ଯେଉଁ ମୂର୍ତ୍ତିସବୁ ଗଢ଼ିଥିଲ, ସେହି ମାଲେଖର ତମ୍ବୁ ଓ ନକ୍ଷତ୍ର ଦେବତା ରମ୍ପାର ପ୍ରତିମୂର୍ତ୍ତିକୁ ବହନ କଲ। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ବାବିଲୋନର ଅପରପାଶ୍ୱର୍କୁ ନିର୍ବାସିତ କରିବି।’
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ତୁମ୍ଭମାନଙ୍କ ସହିତ ମୋଲଖର ତମ୍ବୁ ଏବଂ ନକ୍ଷତ୍ର ଦେବତା ରମ୍ପାର ମୂର୍ତ୍ତିକୁ ମଧ୍ୟ ବୋହି ନେଇଯାଇଥିଲ। ଏଗୁଡ଼ିକୁ ତୁମ୍ଭେମାନେ ପୂଜା କରିବା ପାଇଁ ତିଆରି କରିଥିଲ। ତେଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦେବି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ। ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି।’
Odia IRV 2017 (ଓଡିଆ ବାଇବେଲ)
ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୁର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ । ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತುಮಿ ತುಮ್ಚ್ಯಾ ವಾಂಗ್ಡಾ ಮೊಲೊಕ್ ಮನ್ತಲ್ಯಾ ದೆವಾಚೆ ಬಿಡಾರ್, ಅನಿ ತುಮ್ಚ್ಯಾ ರೆಫಾ ಮನ್ತಲ್ಯಾ ದೆವತೆಚೊ ಚುಕ್ಕಿಚೊ ರುಪ್ ಉಕ್ಲುನ್ ಘೆವ್ನ್ ಗೆಲ್ಯಾಸಿ, ಫುಜ್ಯಾ ಕರುಕ್ ಮನುನ್ ತುಮಿ ಕರುನ್ ಘೆಟಲ್ಲಿ ಮುರ್ತಿಯಾ ಹಿಚ್ ತಸೆ ಹೊವ್ನ್ ಮಿಯಾ ತುಮ್ಕಾ ಬಾಬಿಲೊನಾಚ್ಯಾ ತಿಕ್ಡಿನ್ ಧಾಡುನ್ ದಿತಾ.