Acts 8:1 — Compare Translations
7 translations compared side by side
Odia - 1840
"ସ୍ତିଫାନଙ୍କ ମୃତ୍ଯୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶାଉଲ ତାଙ୍କ ପ୍ରାଣନାଶରେ ସମ୍ମତଥିଲେ । ସେହିଦିନ ଯିରୂଶାଲମରେ ଥିବା ମଣ୍ତଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟ ସମସ୍ତେ ଯିହୁଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ଦିନଠାରୁ ଯିରୁଶାଲମର ମଣ୍ଡଳୀ ପ୍ରତି ନିଷ୍ଠୁର ଉତ୍ପୀଡ଼ନ ଆରମ୍ଭ ହେଲା। ପ୍ରେରିତ ଶିଷ୍ୟମାନଭ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୁଦା ଓ ଶମିରୋଣ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ବିଶ୍ୱାସୀମାନଙ୍କ ଉପରେ ଉଦ୍ବେଗ ଅଶାନ୍ତି ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶାଉଲ, ସ୍ତିଫାନଙ୍କ ହତ୍ୟାରେ ଏକମତ ଥିଲେ। ସେହି ଦିନ ଯିରୂଶାଲମ ସହରରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦିୟା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ।
Odia IRV 2017 (ଓଡିଆ ବାଇବେଲ)
ଶାଉଲ, ସ୍ତିଫାନଙ୍କ ପ୍ରାଣନାଶରେ ଏକମତ ଥିଲେ । ସେହି ଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾವ್ಲುಕ್ ಸ್ತೆಪನಾಚೊ ಜಿವ್ ಕಾಡಲೆ ಒಪ್ಕಿ ಹೊಲ್ಲೆ, ತ್ಯಾ ದಿಸಾಕ್ನಾಚ್ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಕ್ ವಿರೊದ್ ಹೊವ್ನ್ ತರಾಸ್ ಸುರು ಹೊಲೊ, ಅನಿ ತೆನಿ ಸಗ್ಳ್ಯಾನಿ ಅಪೊಸ್ತಲಾಕ್ನಿ ಸೊಡುನ್ ಸಾಮಾರ್ಯಾಚ್ಯಾ ಗಾಂವಾಕ್ನಿ ಪಗ್ಳುನ್ ಗೆಲೆ.