Acts 9:27 — Compare Translations
7 translations compared side by side
Odia - 1840
"ମାତ୍ର ବର୍ଣ୍ଣବ୍ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କ ପାଖକୁ ଗଲେ। ଦମ୍ମସକେକୁ ୟିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ ରରେିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମସକରେେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମ ରେ ପ୍ରଚ଼ାର କରିଥିଲେ, ଏହା ସବୁ ମଧ୍ଯ ସେ ସମାନଙ୍କେୁ ବୁଝାଇ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ବର୍ଣ୍ଣବ୍ବା ତାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦାମାସ୍କସ୍ରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ପରେ ବର୍ଣ୍ଣବା ତାଙ୍କୁ ପ୍ରେରିତ ଶିଷ୍ୟମାନଙ୍କ ପାଖକୁ ନେଇ ଯାଇ ଦାମାସ୍କସ୍ ପଥରେ ଶାଉଲ କିପରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ କିପରି ତାଙ୍କୁ କଥା କହିଥିଲେ, ଏସବୁ ବିଷୟ ସେମାନଙ୍କୁ ବୁଝାଇ କହିଲେ। ଦାମାସ୍କସ୍ରେ ଯୀଶୁଙ୍କ ନାମରେ ଶାଉଲ କିପରି ନିର୍ଭୀକ ଭାବରେ ପ୍ରଚାର କରିଥିଲେ, ସେମାନଙ୍କୁ ବିଶଦ ଭାବରେ ବର୍ଣ୍ଣନା କରି କହିଲେ।
Odia Bible ERV 2004 (ପବିତ୍ର ବାଇବଲ)
ମାତ୍ର ବର୍ଣ୍ଣବ୍ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ। ଦମ୍ମେସକକୁ ଯିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଗ୍ଭର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେସକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ,ଏହି ସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಬಾರ್ನಾಬಾಸ್ ತೆಕಾ ಮಜತ್ ಕರುಕ್ ಯೆಲೊ ಅನಿ ಅಪೊಸ್ತಲಾಂಚ್ಯಾ ಜಗ್ಗೊಳ್ ಬುಲ್ವುನ್ ಹಾನ್ಲ್ಯಾನ್, ಸಾವ್ಲಾನ್ ದಮಸ್ಕಾಚ್ಯಾ ವಾಟೆರ್ ಧನಿಯಾಕ್ ಬಗಲ್ಲೆ, ಅನಿ ಧನಿಯಾನ್ ತೆಚ್ಯಾ ವಾಂಗ್ಡಾ ಬೊಲಲ್ಲೆ ಬರ್ನಾಬಾಸಾನ್ ತೆಂಕಾ ಸಾಂಗ್ಲ್ಯಾನ್, ತವ್ಡೆಚ್ ನ್ಹಯ್ ಸಾವ್ಲಾನ್ ಧಮಾಸ್ಕಾತ್ ಲೊಕಾಕ್ನಿ ಧನಿಯಾಚ್ಯಾ ವಿಶಯಾತ್ ಧೈರ್ಯಾನಿ ಪರ್ಗಟ್ ಕರ್ಲ್ಯಾನ್.