Amos 5:16 — Compare Translations
5 translations compared side by side
Odia - 1840
"ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଲୋକମାନେ ସର୍ବଶକ୍ତିମାନ ସ୍ଥାନ ରେ କ୍ରନ୍ଦନ କରିବେ। ପ୍ରେତ୍ୟକକ ରାସ୍ତା ରେ ସମାନେେ କହିବେ ହାୟ! ହାୟ! ସମାନେେ କୃଷକମାନଙ୍କୁ ଶୋକରେ ୟୋଗଦବୋ ପାଇଁ ନିମନ୍ତ୍ରଣ କରିବେ ଓ ପଷୋଦାର ଶାେକକାରୀମାନଙ୍କୁ ଶାେକ କରିବାକୁ ଭଡା ରେ ଆଣିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ପ୍ରଭୁ, ସୈନ୍ୟାଧିପତି ପରମେଶ୍ଵର ସଦାପ୍ରଭୁ ଏହି କଥା କହନ୍ତି; ଛକ-ସ୍ଥାନସକଳରେ ହାହାକାର ଶଦ୍ଦ ହେବ ଓ ରାଜଦାଣ୍ତସକଳରେ ଲୋକମାନେ ହାୟ! ହାୟ! କହିବେ; ଆଉ, ସେମାନେ କୃଷକକୁ ଶୋକ କରିବାକୁ ଓ ବିଳାପ ନିପୁଣ ଲୋକମାନଙ୍କୁ ହାହାକାର କରିବାକୁ ଡାକିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଅତି ଦୁଃଖର ସମୟ ଆସୁଛି ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଲୋକମାନେ ସର୍ବଶକ୍ତିମାନ ସ୍ଥାନରେ କ୍ରନ୍ଦନ କରିବେ। ପ୍ରତ୍ୟେକ ରାସ୍ତାରେ ସେମାନେ କହିବେ ହାୟ! ହାୟ! ସେମାନେ କୃଷକମାନଙ୍କୁ ଶୋକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ ଓ ପେଷାଦାର ଶୋକକାରୀମାନଙ୍କୁ ଶୋକ କରିବାକୁ ଭଡ଼ାରେ ଆଣିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିପାଇଁ ପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର ସଦାପ୍ରଭୁ ଏହି କଥା କହନ୍ତି, “ଛକସ୍ଥାନ ସକଳରେ ହାହାକାର ଶବ୍ଦ ହେବ ଓ ରାଜଦାଣ୍ଡସକଳରେ ଲୋକମାନେ ହାୟ! ହାୟ! କହିବେ; ଆଉ, ସେମାନେ କୃଷକକୁ ଶୋକ କରିବାକୁ ଓ ବିଳାପ ନିପୁଣ ଲୋକମାନଙ୍କୁ ହାହାକାର କରିବାକୁ ଡାକିବେ।
Odia IRV 2017 (ଓଡିଆ ବାଇବେଲ)
ଏଥିପାଇଁ ପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର ସଦାପ୍ରଭୁ ଏହି କଥା କହନ୍ତି, “ଛକ ସ୍ଥାନ ସକଳରେ ହାହାକାର ଶବ୍ଦ ହେବ ଓ ରାଜଦାଣ୍ଡସକଳରେ ଲୋକମାନେ ହାୟ! ହାୟ! କହିବେ; ଆଉ, ସେମାନେ କୃଷକକୁ ଶୋକ କରିବାକୁ ଓ ବିଳାପ ନିପୁଣ ଲୋକମାନଙ୍କୁ ହାହାକାର କରିବାକୁ ଡାକିବେ।