Colossians 1:22 — Compare Translations
7 translations compared side by side
Odia - 1840
"କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ମିତ୍ର କରି ଦଇେଛନ୍ତି। ତାଙ୍କ ମାଂସମୟ ଶରୀର ରେ, ନିଜ ମୃତ୍ଯୁ ଦ୍ବାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ଵାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର, ସିଦ୍ଧ ଓ ନିର୍ଦ୍ଦୋଷ ରୂପେ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ପୁତ୍ରଙ୍କ ଶାରୀରିକ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ନିଜ ସହିତ ପୁନର୍ମିଳିତ କରି ଅଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅತ್ತಾ ತರಬಿ ಕ್ರಿಸ್ತ್ ಮಾನುಸ್ ಹೊವ್ನ್ ಹ್ಯಾ ಜಗಾತ್ ರಾತಾನಾ ಅಪ್ಲೊ ಜಿವ್ ದಿಲ್ಲ್ಯಾ ವೈನಾ ತುಮ್ಕಾ ಅನಿ ದೆವಾಕ್ ರಾಜಿ ಕರ್ಲ್ಯಾನ್, ತುಮ್ಕಾ ಪವಿತ್ರ್, ನಿರ್ದೊಸಿ ಅನಿ ಚುಕ್ ನಸಲ್ಲೆ ಸಾರ್ಕೆ ಕರುನ್, ದೆವಾಚ್ಯಾ ಇದ್ರಾಕ್ ಇಬೆ ಕರುಚೆ ಮನ್ತಲಿ ಇಚ್ಛ್ಯಾ ಹೊಲ್ಲಿ.