Colossians 3:11 — Compare Translations
7 translations compared side by side
Odia - 1840
"ଏହି ନୂତନ ଜୀବନ ରେ ୟିହୁଦୀ ଓ ଅଣୟିହୁଦୀମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍ତଥୀୟମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ବାଧୀନ ଭିତ ରେ ମଧ୍ଯ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠା ରେ ଅଛନ୍ତି। ଯାହା ମହତ୍ତ୍ବପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏପରି ସ୍ଥଳେ ଗ୍ରୀକ୍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ଵାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି ସମସ୍ତଙ୍କଠାରେ ବାସ କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।
Odia Bible ERV 2004 (ପବିତ୍ର ବାଇବଲ)
ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏପରି ସ୍ଥଳେ ଗ୍ରୀକ୍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏପରି ସ୍ଥଳେ ଗ୍ରୀକ୍ ଓ ଯିହୂଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ನ್ಹವ್ಯಾ ಜಿವನಾತ್ ಗ್ರಿಕ್ ಅನಿ ಜುದೆವಾಂಚ್ಯಾ ಮದ್ದಿ, ನಾತರ್ ಸುನ್ನತ್ ಕರುನ್ ಘೆಟಲ್ಲ್ಯಾಚ್ಯಾ ಅನಿ ಕರುನ್ ಘೆವ್ಕ್ ನಸಲ್ಲ್ಯಾಚ್ಯಾ ಮದ್ದಿ ಹೊಂವ್ದಿತ್, ನಾತರ್ ವಳಕ್ ನತ್ತೊ ಅನಿ ವಳಕ್ ಹೊತ್ತೊ, ಸ್ವತಂತ್ರ್ ಅನಿ ಗುಲಾಮ್, ಹೆಂಚ್ಯಾ ಮದ್ದಿ ಹೊಂವ್ದಿತ್ ಕಸ್ಲೊಬಿ ಭೆದ್ ಭಾವ್ ನಾ, ಕ್ರಿಸ್ತುಚ್ ಸಗ್ಳೆ ಅನಿ ಸಗ್ಳ್ಯಾಕ್ಡೆ ರ್ಹಾತಲೊಬಿ ತೊಚ್.