Colossians 4:3 — Compare Translations

7 translations compared side by side

Odia - 1840
"ଆମ୍ଭ ପାଇଁ ମଧ୍ଯ ପ୍ରାର୍ଥନା କର। ପରମେଶ୍ବରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ବରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟ ରେ ପରମେଶ୍ବର ଯେଉଁ ଗୁପ୍ତ ସତ୍ଯ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଚାର କରିପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ଯ ପ୍ରଚାର କରୁଛି ବୋଲି ମୁଁ କାରାଗାର ରେ ବନ୍ଦୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ଵର ଆମ୍ଭମାନଙ୍କ ପାଇଁ ଦ୍ଵାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ ତତ୍ତ୍ଵ ନିମନ୍ତେ ମୁଁ ବନ୍ଦୀ ଅଟେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଖ୍ରୀଷ୍ଟଙ୍କ ନିଗୂଢ଼ ତତ୍ତ୍ୱ ପ୍ରଚାର କରିବା ଉଦ୍ଦେଶ୍ୟରେ ଈଶ୍ୱର ଯେପରି ଆମକୁ ବିଶେଷ ସୁଯୋଗ ଦେବେ, ସେଥିପାଇଁ ମଧ୍ୟ ପ୍ରାର୍ଥନା କର। ଯେଉଁ ବାର୍ତ୍ତା ପ୍ରଚାର କରିବା ଯୋଗୁଁ ମୁଁ ଏବେ ବନ୍ଦୀଶାଳାରେ ଅଛି,
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ବର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,
Odia IRV 2017 (ଓଡିଆ ବାଇବେଲ)
ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ୱର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮಿ ಅಮ್ಚ್ಯಾಸಾಟ್ನಿಬಿ ಮಾಗ್ನಿ ಕರಾ. ಲೊಕಾಕ್ನಿ ಸಗ್ಳಿ ದೆವಾಚಿ ಬರಿ ಖಬರ್ ಸಾಂಗುಕ್; ಬರೊ ಅವಕಾಸ್ ತೊ ತುಮ್ಕಾ ದಿ ಸಾರ್ಕೆ ಮಾಗ್ನಿ ಕರಾ, ದೆವಾನ್ ಕ್ರಿಸ್ತಾಚ್ಯಾ ವಿಶಯಾತ್ ಅಮ್ಕಾ ಕಳ್ವಲ್ಲೆ ಘುಟ್ಟ್ ಅಮಿ ಶಿಕ್ವುಕ್ ಹೊಯ್ ಸಾರ್ಕೆ ಮಾಗ್ನಿ ಕರಾ. ಮಿಯಾ ಹೆ ಖರೆ ಪರ್ಗಟ್ ಕರಲ್ಲ್ಯಾಸಾಟ್ನಿಚ್ ಅತ್ತಾ ಬಂಧಿಖಾನ್ಯಾತ್ ಹಾಂವ್.