Daniel 2:9 — Compare Translations
5 translations compared side by side
Odia - 1840
"ମାତ୍ର ତୁମ୍ଭମାନେେ ଯଦି ମାେତେ ସହେି ସ୍ବପ୍ନ ବିଷଯ ରେ ନ ଜଣାଅ ତବେେ ତୁମ୍ଭମାନେେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡାଇବା ପାଇଁ ତୁମ୍ଭମାନେେ ମାେ ସମ୍ମୁଖ ରେ ମିଥ୍ଯା ଓ ପ୍ରବଞ୍ଚନା ବାକ୍ଯ କହିବା ପାଇଁ ପ୍ରସ୍ତୁତ ହାଇେଅଛ। ଏଣୁ ତୁମ୍ଭମାନେେ ସ୍ବପ୍ନଟି ମାେତେ କୁହ, ତାହା ହେଲେ ତୁମ୍ଭମାନେେ ଯେ ତହିଁର ଅର୍ଥ ମାେ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ତୁମ୍ଭେମାନେ ଯେବେ ସେହି ସ୍ଵପ୍ନ ମୋତେ ନ ଜଣାଅ; ତେବେ ତୁମ୍ଭମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି; କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ; ଏଥିପାଇଁ ତୁମ୍ଭେମାନେ ସ୍ଵପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି ।
Odia Bible ERV 2004 (ପବିତ୍ର ବାଇବଲ)
ମାତ୍ର ତୁମ୍ଭେମାନେ ଯଦି ମୋତେ ସେହି ସ୍ୱପ୍ନ ବିଷୟରେ ନ ଜଣାଅ ତେବେ ତୁମ୍ଭେମାନେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡ଼ାଇବା ପାଇଁ ତୁମ୍ଭେମାନେ ମୋ’ ସମ୍ମୁଖରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ ହୋଇଅଛ। ଏଣୁ ତୁମ୍ଭେମାନେ ସ୍ୱପ୍ନଟି ମୋତେ କୁହ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ମୋତେ ନ ଜଣାଅ; ତେବେ ତୁମ୍ଭମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି; କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା-ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ; ଏଥିପାଇଁ ତୁମ୍ଭେମାନେ ସ୍ୱପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”
Odia IRV 2017 (ଓଡିଆ ବାଇବେଲ)
ମାତ୍ର ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ମୋତେ ନ ଜଣାଅ; ତେବେ ତୁମ୍ଭମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି; କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ; ଏଥିପାଇଁ ତୁମ୍ଭେମାନେ ସ୍ୱପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।